ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନେତାଜୀ ଜୟନ୍ତୀ
ଢେଙ୍କାନାଳ , ୨୩.୦୧.୨୦୨୩ : ସୁଲକ୍ଷଣାଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପବିତ୍ର ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମ୍ପାଦନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଦୁଇ ମହାପୁରୁଷଙ୍କର ଆଦର୍ଶ ଜୀବନ ଅନୁସରଣ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ୟାକୁମାରୀ ଭୂତିଆ , ଉର୍ମିଳା କର , ଜୟନ୍ତୀ ରଥ , ସୌଦାମିନୀ ଦେହୁରୀ , ବବିତା ସାହୁ , ମାମାଲି ମିଶ୍ର , ଲିପିକା ନାଏକ , ଉପାସନା ନାଥଶର୍ମା , ପ୍ରଶାନ୍ତ ସାହୁ ଓ ସୁଜିତ୍ ଦାସ୍ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।