



ଡେବ୍ରିଗଡ ରେ ନେତାଜୀ ଙ୍କ 215ତମ ଜୟନ୍ତୀ
।
********************
ଅମ୍ବାଭୋନା 23/01/2023- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ବାରପାହାଡ ଘେରା ଡେବ୍ରିଗଡ ଅଭୟାରଣ୍ୟ ପରିବେଷ୍ଟିତ ବୀର ସୁରେନ୍ଦ୍ର ସାଏ ଙ୍କ ଗୁମ୍ଫା ନିକଟରେ ଷୋଡବ୍ଂଶୀୟ ଗଣ୍ଡ ସଂପ୍ରଦାୟର 215ତମ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଛି । ବରଗଡ଼ ଜିଲ୍ଲା ଷୋଡବଂଶୀୟ ଗଣ୍ଡ ସମାଜ ସଭାପତି ଲକ୍ଷ୍ମୀ ନାରାୟଣ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜୟନ୍ତୀ ସମାରୋହ ରେ ବଲାଙ୍ଗୀର, ସମ୍ବଲପୁର,ରାଜବୋଡାସମ୍ବର,ସୀଆଲ ଖଣ୍ଡହତା, ବେଲପାହାଡ଼ ଆଦି ବହୁ ଆଦିବାସୀ ଯୋଗ ଦେଇ ପାରମ୍ପରିକ ରୀତିନୀତି ଅନୁଯାୟୀ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କ ପୂଜାର୍ଚ୍ଚନା କରିଥିଲେ । ଇଷ୍ଟଦେବୀ ଙ୍କ ଠାରେ ଖଣ୍ଡା, ତରବାରୀ, ଟାଙ୍ଗୀଆ ଆଦି ସୁରେନ୍ଦ୍ର ସାଏ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ଥାପନା କରି ପୁଜା କରିଥିଲେ । ଝାରସୁଗୁଡ଼ା ବେଲପାହାଡ଼ ର ପ୍ରେମାନନ୍ଦ ଧରୁଆ ମନୋଜ କୁମାର ସିଂହ ମଧୁସୂଦନ ଛତ୍ରା, ବଲାଙ୍ଗିର ଜିଲ୍ଲା ସଭାପତି ବୀରବର ଧରୁଆ, ସମ୍ବଲପୁର ଜିଲ୍ଲା ସଭାପତି ବଦ୍ରୀପ୍ରସାଦ ବରିହା,ରାଜବୋଡାସମ୍ବର ସଭାପତି ଶୋଭାରାମ ଧାରୁଆ, ଲଖନପୁର ବ୍ଳକ ସଭାପତି ଦଶରଥ ସିଂ,ସୀଆଲ ଖଣ୍ଡହତା ସଭାପତି ଗଣେଶ ଧରୁଆ,କେଶାଇପାଲି ଗୁଡ଼ି ନୀଳମଣି ସିଂ,ରୁପାନନ ନାଏକ, ଅମ୍ବାଭୋନା ଗୁଡି ଦେବଦତ୍ତ ସିଂ, ପାହାଡ଼ଶ୍ରୀଗିଡା ପୁରୁଷୋତ୍ତମ ସିଂ ପ୍ରମୁଖ ଯୋଗ ଦେଇ ସୁରେନ୍ଦ୍ର ସାଏ ଙ୍କ ଦେଶପ୍ରେମ,ଓ ବିଧାନ ଉପରେ ମତ ରଖିଥିଲେ ।ବର୍ଷ କୁ ଥରେ ଜାନୁଆରୀ ମାସ 23ତାରିଖ ଦିନ ଡେବ୍ରୀଗଡ ଅଭୟାରଣ୍ୟ କୁ ପର୍ଯ୍ୟଟକ ପାଇଁ ଖୋଲା ଯାଉଥିବାରୁ 1000ରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା । ଉପସଭାପତି ମହାଦେବ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ଜିଲ୍ଲା ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍