ଆରୋଗ୍ୟମ୍ ଯୋଗ ଆଣ୍ଡ ୱେଲଫେୟାର ଆସୋସିଏସନ ଦ୍ୱାରା ପରାକର୍ମ ଦିବସ ପାଳନ

ଅଦ୍ୟ ତା ୨୩/୦୧/୨୩ ରିଖ ସୋମବାର ଦିନ ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ସ୍ଵେଛାସେବୀ ଅନୁଷ୍ଠାନ ଆରୋଗ୍ୟମ୍ ଯୋଗ ଆଣ୍ଡ ୱେଲଫେୟାର ଆସୋସିଏସନ ଦ୍ୱାରା ପରାକର୍ମ ଦିବସ ପାଳନ କରାଯାଇଅଛି | ନେତାଜୀଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାକୁ ନିଜ ଜୀବନରେ ଅବଲମ୍ବନ କରି ନିଜକୁ ସଶକ୍ତ କରିବା ପାଇଁ ଉପସ୍ଥିତ ମହିଳାମାନଙ୍କୁ ଅନୁଷ୍ଠାନ ର ନିର୍ଦ୍ଧେଶିକା ଅନସୂୟା ମିଶ୍ର କହିଥିଲେ |ଏହି ପରିପ୍ରେକ୍ଷୀରେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନାଙ୍କୁ ଆପଣେଇ ସ୍ୱାବଲମ୍ବୀ ହେବାପାଇଁ ସେ ମହିଳା ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |କେବଳ ସଭା ସମିତି ଦ୍ୱାରା ନୁହେଁ, ନିଜର ଚିନ୍ତନକୁ କାର୍ଯ୍ୟରେ ପରିଣତ କରିପାରିଲେ ମହିଳା ମାନେ ନିଶ୍ଚୟ ସଶକ୍ତ ହେବେ ବୋଲି ଅନୁଷ୍ଠାନର ସଂଯଯୋକ ଶ୍ରୀ ପ୍ରଭାଶ ଚନ୍ଦ୍ର ପାଢ଼ୀ କହିଥିଲେ |ଚନ୍ଦ୍ରଶେଖର ପ୍ରସାଦ ଗ୍ରାମପଞ୍ଚାୟତର ଏମବିକେ ସୁଜାତା ବିଶ୍ୱାଳ ଏବଂ ବ୍ୟାଙ୍କ ମିତ୍ର ଅଞ୍ଜଳି ଧଳ ଆଲୋଚନା ଦ୍ୱାରା ପ୍ରତେକ ସମସ୍ୟା ର ସାମାଧାନ କରାଯାଇପାରିବ ବୋଲି କହିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ଗ୍ରାମ ପରିଚାଳନା ମଞ୍ଚର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠି ର ସଭାପତି ଏବଂ ସମ୍ପାଦକ ମାନେ ଉପସ୍ଥିତ ରହି ଆଲୋଚନା ଚକ୍ର ରେ ଭାଗ ନେଇଥିଲେ |ଅନୁଷ୍ଠାନ ର ସଦସ୍ୟା ନିବେଦିତା ସାହୁ, ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ଏବଂ ସଦସ୍ୟ ତୟୁବ ଅନାସରୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ | ଶେଷରେ ସଦସ୍ୟା ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Recent Post

Live Cricket Update