



ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
****************
୨୩/୦୧/୨୦୨୩ ଲଖନପୁର
ସ୍ଥାନୀୟ କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ ଲଖନପୁର ଠାରେ ପ୍ରଧାନ ଶିକ୍ଷକ ବିଶ୍ବନାଥ ସାହୁ ଙ୍କ ସଭାପତିତ୍ୱରେ ବିଦ୍ଯାଲୟ ସ୍ତରୀୟ ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ କରାଯାଇଛି। ସଭା ପରିଚାଳନା କରି ଥିଲେ ଗୁଣନିଧି ମିର୍ଧା। ଶିକ୍ଷକ ଜନାର୍ଦ୍ଦନ ସା, ରଜନୀ ଖମାରୀ ମନୋହର ସାହୁ ଏହି ଦୁଇ ମହାନ ସ୍ବାଧୀନତା ସଂଗ୍ରାମୀ ଙ୍କ ବିଷୟ ରେ ଭାଷଣ ପ୍ରଦାନ କରି ଥିଲେ। ଜଣେ ସଂବଲପୁର ଓ ଅନ୍ୟ ଜଣେ କଟକ ର ହୋଇ ଓଡ଼ିଶା ଓ ଭାରତ ସ୍ବାଧୀନତା ସଂଗ୍ରାମ ର ମୁଖ୍ଯ ପୁରୋଧା ଥିଲେ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ। ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ସୁରେଶ ମହାନନ୍ଦ। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍