ରକ୍ତଦାନ ଶିବିର ଅନୁଷ୍ଠିତ – ୭୪ ୟୁନିଟ ରକ୍ତ ସଂଗୃହୀତ

ରକ୍ତଦାନ ଶିବିର ଅନୁଷ୍ଠିତ – ୭୪ ୟୁନିଟ ରକ୍ତ ସଂଗୃହୀତ

ଅନୁଗୋଳ – ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ଗ୍ରାମ ପଞ୍ଚାୟତର କାଙ୍ଗୁଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଓଡିଶା ମୋ ପରିବାର ଜିଲ୍ଲା ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଯୁବନେତା ଅରୁଣାଭ ସିଂହ, ଅନୁଗୋଳ ବ୍ଳକ ମହିଳା ସଭାପତି ଶ୍ରୀମତୀ କଲ୍ୟାଣି ବିଳାସ, ରାକେଶ ନନ୍ଦ ପ୍ରମୁଖ ଉପସ୍ଥିତ। ଏହି ଶିବିରରେ ୭୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Recent Post

Live Cricket Update

× How can I help you?