ଯାଦୁକରଙ୍କ ଯାଦୁ କଳାରେ ଦର୍ଶକ ବିମୋହିତ

ଯାଦୁକରଙ୍କ ଯାଦୁ କଳାରେ ଦର୍ଶକ
ବିମୋହିତ


ଭବାନୀପାଟଣା ଆଜି ସଂନ୍ଧ୍ୟା ସାତ ଘଟିକା ସମୟରେ ଭବାନୀପାଟଣା ଟାଉନ ହଲ ଠାରେ ଆର. କେ ହୀରାଲାଲ ଫାଉଣ୍ଡେସନ ଦ୍ୱାରା ଏକ ଯାଦୁ କଳା ଏବଂ ହାତସଫେଇ କ୍ରୀଡା ପରିବେଷଣ ହୋଇଥିଲା. ଏହାକୁ ଅନୁଷ୍ଠାନି ଭାବେ ମାନ୍ୟବର ସାଂସଦ ସୁଜିତ କୁମାର ଫିତା କାଟି କାର୍ଯ୍ୟକ୍ରମ ଟିର ଶୁଭାରମ୍ଭ କରିଥିଲେ, ପାଖରେ ଭବାନୀପାଟଣା ପୌର ପରିଷଦ ର ଅଧକ୍ଷ୍ୟା ସଂଯୁକ୍ତା ବେହେରା ଏବଂ ହୀରାଲାଲ ଫାଉଣ୍ଡେସନ ର ମୁଖ୍ୟ ଯାଦୁଗର ରମେଶ ନାୟକ ପ୍ରମୁଖ ଉପସ୍ଥିତି ଥିଲେ. ଏହିକାର୍ଯ୍ୟକ୍ରମ ପନ୍ଦରଦିନ ଧରି ଚାଲିବାକୁ ଥିବାବେଳେ ପ୍ରତେହ ଦିବା ଦୁଇଘଟିକା ଏବଂ ସଂନ୍ଧ୍ୟା ସାତ ଘଟିକା ରେ ଦୁଇଗୋଟି ଶୋ ର କାର୍ଯ୍ୟକ୍ରମ ରହିଛି.ପରେ ପରେ ପ୍ରସିଦ୍ଧ ଯାଦୁଗର ଆର. କେ ହୀରାଲା ଏବଂ ତାଙ୍କ ସାଥି କଳାକାର ମାନଙ୍କ ଦ୍ୱାରା ବେଶ ଆକର୍ଷଣୀୟ ଏବଂ ଆଚମ୍ବିତ କଲାଭଳି ଯାଦୁ କଳା ପରିବେଷଣ ହୋଇଥିଲା.ଏ ବାବଦରେ ଫୋୖଣ୍ଡସନ ର ମୁଖ୍ୟ ଙ୍କୁ ପଚାରି ବୁଝିବାରୁ ଏହି ଯାଦୁ କଳା ରୁ ଉପାର୍ଜିତ ହେଉଥିବା କିଛି ଅର୍ଥ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ମୁ ପ୍ରଦାନ କରିଥାଏ. ତାଛଡା ସେ ଜଣେ ଜଣା ଶୁଣା ସମାଜସେବୀ. କୋରାନ ମହାମାରୀ ସମୟରେ କଳାକାର ମାନେ ଦୂରଦିନ ରେ ଥିବା ସମୟରେ ସାହାଯ୍ୟ ର ହାତ ବଢ଼ାଇଛନ୍ତି. ତେଣୁ ସେଭଳି ଜଣେ ପ୍ରାକ୍ଷ୍ୟାତ ଯାଦୁଗର ଙ୍କୁ ଭବାନୀପାଟଣା ରେ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି ଅଛନ୍ତି ବୋଲି ପ୍ରକାଶ କରିଥିଲେ. ଏହା ଦ୍ୱାରା, ଛାତ୍ରଛାତ୍ରୀ ଙ୍କ ସମେତ ସମାଜ ର ସବୁ ବର୍ଗର ଲୋକେ ଏହାର ମଜ଼ା ଉଠାଇପାରିବେ.

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋଟ

Recent Post

Live Cricket Update