ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର।


ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଓ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ଦାବିରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶତାଧିକ ବିଜେପି ନେତା ଓ କର୍ମୀ ଯୋଗ ଦେଇ ବଅଁରପାଳ ବିଡିଓ ଏଲିଜା ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସୁଚନା ମୁତାବକ କିଛି ଦିନ ତଳେ ପ୍ରତ୍ୟକ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ତାଲିକା ପ୍ରସ୍ତୁତ ହୋଇଛି କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ନେଇ ଅନୁଗୋଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ, ଅନୁଗୁଳ ବିଧାନସଭାର ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜେପି ନେତା ଅମିୟ ତ୍ରିପାଠୀ, ଦିଲୀପ କୁମାର ପ୍ରଧାନ, ପ୍ରକାଶ ସିଂହ, ବଅଁରପାଳ ମଣ୍ଡଳ ସଭାପତି କିଟୁ ପଣ୍ଡା, ସମ୍ପାଦକ ଅଶୋକ ଧିର, ବଳରାମ ପ୍ରସାଦ ଗ୍ରାମ ସରପଞ୍ଚ ଜୟନ୍ତୀ ସାହୁ, ଭୋଗବେରିଣୀ ସରପଞ୍ଚ ଚାପ୍ ଲିନ୍ ସାହୁ, ବୁଢ଼ାପଙ୍କ ସମିତି ସଭ୍ୟ ପପୁନ ବେହେରା ବିଜେପି ନେତା ମହେଶ୍ଵର ବେହେରା, ସୁଶିଲ୍ ମାଝୀ, ରାଧାକାନ୍ତ ପଟ୍ଟନାୟକ, ବିକାଶ ସାହୁ, ମାଧବୀ ମହାପାତ୍ର ଓ ଅନେକ ବିଜେପି କର୍ମୀ ଯୋଗ ଦେଇ ବିଜେପି ପକ୍ଷରୁ ଏକ ଦାବିପତ୍ର ଦିଆ ଯାଇଥିବା ଦେଖିବାକୁ ମିଳିଥିଲା ।

Recent Post

Live Cricket Update