ଭଟ୍ଟିମୁଣ୍ଡା ରେ ମାର୍ଶାଘାଇ ପୋଲିସ ର ଚଢ଼ାଉ ବିପୁଳ ପରିମାଣ ର ଚୋରା ଇଲେକ୍ଟ୍ରି ତାର ଜବତ

ଭଟ୍ଟିମୁଣ୍ଡା ରେ ମାର୍ଶାଘାଇ ପୋଲିସ ର ଚଢ଼ାଉ ବିପୁଳ ପରିମାଣ ର ଚୋରା ଇଲେକ୍ଟ୍ରି ତାର ଜବତ

କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ର ଭଟ୍ଟିମୁଣ୍ଡା ଗ୍ରାମ ର ହେମନ୍ତ ନାୟକ ଙ୍କ ଘରେ ମାର୍ଶାଘାଇ ପୋଲିସର ଚଢ଼ାଉ । ଗତ ଜାନୁଆରୀ ୨୧ ତାରିଖ ଶନିବାର ଦିନ ମାର୍ଶାଘାଇ ଥାନା ଅଂଚଳ ର ଲୁଣା ଇଲେକ୍ଟ୍ରି ସେକେଶନ ରୁ ବ୍ୟାପକ ପରିମାଣ ର ଇଲେକ୍ଟ୍ରି ତାର ଚୋରି ହୋଇ ଯାଇଥିବା ମାର୍ଶାଘାଇ ଥାନା ରେ ଅଭିଯୋଗ ହୋଇଥିଲା l
ଅଭିଯୋଗ କୁ ଭିତି କରି ମାର୍ଶାଘାଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଟ୍ଟିମୁଣ୍ଡା ଗ୍ରାମ ର ହେମନ୍ତ ନାୟକ ଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣ ର ଆଲୁମିନିୟମ ତାର, ତମ୍ବା, ପିତଳ, ଇଲେକ୍ଟ୍ରି ମୋଟର, ଆଲୁମିନିୟମ ତରଳା ହେବା ମେସିନ, କଟର ଓ ଭିଭିନ ଧାତୁ ଦ୍ରବ୍ୟ ଓ ଏକ ଟାଟା ଏସି ଗାଡି କୁ ଜବତ କରି ୩ଟି ଟ୍ରକ ରେ ଜବତ ମାଲ କୁ ମାର୍ଶାଘାଇ ଥାନା କୁ ନେବା ସହିତ ଭଟ୍ଟିମୁଣ୍ଡା ଗ୍ରାମ ର ହେମନ୍ତ ନାୟକ ଓ ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର ନାରାୟଣ ମହାନ୍ତି ଙ୍କୁ ଗିରଫ କରି ମାର୍ଶାଘାଇ କୁ ନେଇଛନ୍ତି l ଜବତ ଦ୍ରବ୍ୟ ର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପ୍ରକାଶ କରିଛି l ୩ଟି ଟ୍ରକ ରେ ଜବତ ଜିନିଷ କୁ ପୋଲିସ ମାର୍ଶାଘାଇ ଥାନା କୁ ନେଇ ଯାଇ ଥିବା ବେଳେ ଟାଙ୍ଗୀ ପୋଲିସ ଘଟଣା ସ୍ଥଳ ରେ ସହଯୋଗ କରିଥିଲା l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ।

Recent Post

Live Cricket Update

× How can I help you?