ଗୋପିଆକୁଦ ସରପଞ୍ଚ ଙ୍କ ଦାଦାଗିରି ବିରୋଧ ରେ ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଯୋଗକାରୀ

(ଗୋପିଆକୁଦ ସରପଞ୍ଚ ଙ୍କ ଦାଦାଗିରି ବିରୋଧ ରେ ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଯୋଗକାରୀ )


ଜଗତସିଂହପୁର
ତା =24/1/23

ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ରେ ଘଟିଛି ଅଜବ ଘଟଣା |ଗୋପିଆକୁଦ ଗ୍ରାମର କୃଷ୍ଣ ପରିଡା ଙ୍କ ପୁଅ ବିପିନି ପରିଡା ଙ୍କ ର ବଜାର ରେ ଏକ ବ୍ୟବସାୟୀ ଙ୍କ ସହିତ ସାମାନ୍ୟ ଘଟଣା କୁ କେନ୍ଦ୍ର କରି ବଚସା ହୋଇଥିଲା | ସେହି ସମୟରେ ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀ ପ୍ରିୟଦର୍ଶନୀ ଏବଂ ୱାର୍ଡ ସଭ୍ୟ ସମ୍ମିଳିତ ଭାବେ ବିପିନି ପରିଡା ଙ୍କୁ ମରଣାତ୍ମକ ଆକ୍ରମଣ କରିବା ଦ୍ଵାରା ବିପିନି ଘଟଣା ସ୍ଥଳରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ |ପରେ ଘଟଣା ସ୍ଥଳରୁ ଗ୍ରାମବାସୀମାନେ ବିପିନି ଙ୍କୁ ଉଦ୍ଧାରକରୀ ଅଠରବାଙ୍କୀ ଚିକିତ୍ସାଳୟ ରେ ଚିକିତ୍ସାଲାଗି ଭର୍ତ୍ତି କରିଥିଲେ | ଏ ସମ୍ପର୍କ ରେ ବିପିନି ର ସ୍ତ୍ରୀ ସାଗରୀ ପରିଡା କୁଜଙ୍ଗ ଥାନାରେ ସରପଞ୍ଚ ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ | ପ୍ରଭାବଶାଳୀ ସରପଞ୍ଚ ଙ୍କ ବିରୋଧ ରେ କୁଜଙ୍ଗ ପୋଲିସ 37/23ଏକ ମାମଲା ରୁଜୁ କରି ନିରବ ଦ୍ରଷ୍ଟା ସାଜିଥିଲା | ବିପିନି ସୁସ୍ଥ ହୋଇ ଘରକୁ ଫେରିବା ପରେ କୁଜଙ୍ଗ ଥାନାରେ ଦେଇଥିବା ଅଭିଯୋଗ ପ୍ରତ୍ୟାହାର କର ନଚେତ ତୋ ପରିବାର ସଦସ୍ୟ ଙ୍କୁ ଜୀବନରୁ ମାରିଦେବାକୁ ସରପଞ୍ଚ ହତ୍ୟା ଧମକ ଦେବାରୁ ବିପିନ ନ୍ୟାୟ ପାଇଁ ଏସ ପି ଙ୍କ ଦ୍ୱରାସ୍ତ ହେବା ସହିତ ସରପଞ୍ଚ ଙ୍କୁ ଗିରଫ ଏବଂ ଆଇନି ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update