ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଢେଙ୍କାନାଳ , ୨୪ / ୦୧ : ସ୍ଥାନୀୟ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା – ୨୦ ୨୨- ୨୩ ଉଦ୍‌ଯାପିତ ହୋଇଯାଇଅଛି । ହୀନ୍ଦି – ନେପାଳି ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କରୁଣାକର ସେଠୀଙ୍କ ମାର୍ଗଦର୍ଶନରେ ସୂଚାରୁରୂପେ କ୍ରୀଡା ପରିଚାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଙ୍କୁ ଜୁନିଅର ଓ ସିନିଅର୍ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇ ବିଭିନ୍ନ ପ୍ରକାର ଖେଳକୁ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ତିନିଗୋଡିଆ ଦୌଡ , ଅଙ୍କ ଦୌଡ ଓ ସଙ୍ଗୀତ ଚୌକି , ବିସ୍କୁଟ୍ ରେସ୍ , ଦଉଡି ଡିଆଁ , ଫୁଚି , ସର୍ଟଫୁଟ୍ ପ୍ରଭୃତି କ୍ରିଡାର ଆୟୋଜନ କରାଯାଇଥିଲା । କ୍ରୀଡା ସମାପ୍ତି ପରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ଓ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Recent Post

Live Cricket Update