ଚୌଦ୍ୱାର ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଚୌଦ୍ୱାର ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ।


କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଦୌଲତବାଦ ସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ପୁରସ୍କାର ବିତରଣ ଉତ୍ସବ ରେ ଚୌଦ୍ଵାର – କଟକ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ରୋଟାରିୟାନ ଶ୍ରୀଯୁକ୍ତ ନନ୍ଦକିଶୋର ଶତପଥି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ୱାଳ ଉକ୍ତ ବିଦ୍ୟାଳୟ କୁ କିପରି ଆଧୁନିକି କରଣ କରାଯିବ ସେ ଉପରେ ବକ୍ତବ୍ୟ ରଖିବା ସହିତ କୃତ୍ରୀ ଛାତ୍ରି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏହି ବିତରଣ ଉତ୍ସବ ରେ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଚାରି ମାସ ହେବ 5T ରେ ଅନ୍ତର୍ଭୁକ୍ତ କରାଯିବା ସହ ଏହା ଦୀର୍ଘ ଦିନ ର ଅପେକ୍ଷା ର ଅନ୍ତ ଘଟିଛି ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ l ଏହି ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷୟତ୍ରୀ ଶ୍ରୀମତୀ ମନୋରମା ନାୟକ ଙ୍କ ଦ୍ଵାରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏହି ପୁରସ୍କାର ବିତରଣ ଉତ୍ସବ ରେ ରୋଟାରୀୟାନ ଶ୍ରୀଯୁକ୍ତ ନନ୍ଦକିଶୋର ଶତପଥି, ସ୍ଥାନୀୟ ପାରିଷଦ ଅଜୟ କୁମାର ବେହେରା, ତୀର୍ଥନନ୍ଦ ସୁବୁଦ୍ଧିରାୟ, ଚୌଦ୍ୱାର ପୌରପାଳିକା ର ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଶରତ ଚନ୍ଦ୍ର ଖୁଣ୍ଟିଆ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Recent Post

Live Cricket Update