ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତ ହେବ
ପ୍ରତି ପଞ୍ଜୀକରଣ ପାଇଁ ଗୋଟିଏ ଚାରା ରୋପଣ କରାଯିବ –
୪.୨ ଲକ୍ଷ ଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ ଉତ୍ସାହୀ ଅଂଶଗ୍ରହଣ କରିବେ
ଭୁବନେଶ୍ବର : ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍ର ତୃତୀୟ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ବିଷୟବସ୍ତୁକୁ ନେଇ ଏହି ରନ୍ – ଏ – ଥନ୍ ଆୟୋଜନ କରାଯିବ । ଦୌଡାଳିଙ୍କ ତରଫରୁ ପ୍ରତି ପଞ୍ଜୀକରଣ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗୋଟିଏ ଚାରା ରୋପଣ କରାଯିବ । ଢେଙ୍କାନାଳରେ ଆୟୋଜିତ ଶୁଭାରମ୍ଭ ସମାରୋହ ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୨୦୨୩ ରନ୍ – ଏ – ଅନ୍ର ବିବରଣୀ ଘୋଷଣା କରାଯାଇଥିଲା । ୨୦୧୯ ଓ ୨୦୨୦ର ପ୍ରଥମ ଦୁଇଟି ସଂସ୍କରଣର ସଫଳତା ପରେ କୋଭିଡ – ୧୯ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଆଜି ଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ବାରା ରନ୍ – ଏ ଥନ୍ ୨୦୨୩ର ଅଫିସିଆଲ ଟି – ସାର୍ଟକୁ ଉନ୍ମୋଚନ କରାଯାଇଥିଲା ଓ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସ , ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ର ଭିପି , କର୍ପୋରେଟ୍ ବ୍ୟାପାର ଓ ପ୍ରଶାସନ ଜିଭି ଧନଞ୍ଜୟ କୁମାର ଏବଂ ବିଆଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍ ପ୍ରଶାସନ ଓ ଏଚଆର୍ ମୁଖ୍ୟ ଏମ୍ ପି ସିଂହ ଉପସ୍ଥିତ ଥିଲେ । ରନ୍ – ଏ – ଅନ୍ ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ପ୍ରଶଂସା କରି ସରୋଜ ସେଠୀ କହିଛନ୍ତି ଯେ , ‘ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ଭଳି ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଉଥିବା ଏହି ଦୌଡ଼ କେବଳ ଫିଟନେସ୍ ଓ କ୍ରୀଡ଼ା ପ୍ରତି ଭଲ ପାଇବା ବୃଦ୍ଧି କରିବ ନାହିଁ ବରଂ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବ । ମୁଁ ରନ୍ – ଏ – ଅନ୍ର ସଫଳତା କାମନା କରୁଛି ।
ଏହି ଅବସରରେ ମୋହିତ ଦାସ କହିଛନ୍ତି ଯେ , “ ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଢେଙ୍କାନାଳ – ଅନୁଗୁଳ – ତାଳଚେର ଅଞ୍ଚଳର ଲୋକମାନଙ୍କୁ ଏକ ବିଶ୍ବ ସ୍ତରୀୟ କ୍ରୀଡ଼ା ଅନୁଭୂତି ପ୍ରଦାନ କରିବା । ଏହା କ୍ରୀଡ଼ାର ପ୍ରସାର କରିବା , ଫିଟନେସ୍ , ଉତ୍ତମ ସ୍ୱାସ୍ଥ୍ୟ ଏବଂ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଭାବନାକୁ ନେଇ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ‘ ‘ ଏହି ଦୌଡ଼ କାରଖାନାର ହାଉସିଂ କଲୋନିରେ ଥିବା ପଡ଼ିଆରେ ଆରମ୍ଭ ହୋଇ ଶେଷ ହେବ ଏବଂ ତାହା ଏନ୍ଏଚ୍ – ୫୫ର ସର୍ଭିସ୍ ରୋଡ୍ରୁ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଗତି କରିବ । ଏହି କାର୍ଯ୍ୟକ୍ରମରେ ଦୁଇଟି ପ୍ରତିଦ୍ବନ୍ଦିତାପୂର୍ଣ୍ଣ ଦୌଡ଼ ହେବ : ଗୋଟିଏ ୧୯ ବର୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଦୌଡ଼ ଏବଂ ୧୪ରୁ ୧୯ ବର୍ଷ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିମିର ଦୌଡ଼ । ଆଜିଠାରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ତାହା ୨୦୨୩ ଜାନୁଆରି ୩୦ରେ ଶେଷ ହେବ । ଉଭୟ ୧୦ କିମି ଏବଂ ୫ କିମି ଦୌଡ଼ ପାଇଁ ସର୍ବାଧିକ ୩୫୦୦ ପଞ୍ଜୀକରଣ ହୋଇପାରିବ ଏବଂ ଫାଷ୍ଟ୍ କମ୍ , ଫାଷ୍ଟ୍ ସର୍ଭ ଭିତିରେ ନାମ ପଞ୍ଜୀକରଣ ହେବ । ୧୦ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି ‘ ହେଉଛି ୨୦୦ ଟଙ୍କା ଏବଂ ୫ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି ’ ହେଉଛି ୧୫୦ ଟଙ୍କା । ସମସ୍ତ ପ୍ରତିଯୋଗୀ ଏକ ଟି – ସାର୍ଟ , ବିଆଇବି ଚିପ୍ ଏବଂ ନମ୍ବର ଥିବା ଏକ ଗୁଡି ବ୍ୟାଗ୍ ପାଇବେ । ଫିନିସର୍ଙ୍କୁ ମେଡାଲ୍ ମିଳିବ ଏବଂ ୧୦ କିମି ଦୌଡ଼ରେ ପରୁଷ ଓ ମହିଳା ବର୍ଗରେ ସର୍ବାଧିକ ପୁରସ୍କାର ରାଶି ଭାବେ ୫୧ ହଜାର ଟଙ୍କା ପ୍ରଦାନ କରାଯିବ । ବିଜେତାମାନଙ୍କୁ ମୋଟ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମର ଆନ୍ତର୍ଜାତିକ ମାନକୁ ନିଶ୍ଚିତ କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି , ଟାଇମିଂ ମ୍ୟାଟ , ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଟିଂଫିକେସନ୍ ( ଆର୍ଏଫ୍ଆଇଡି ) ଚିପ୍ ରୁଟ୍ରେ ସ୍ଟିଟ୍ ଟାଇମିଂ ମ୍ୟାଟ୍ , ଟ୍ରାକିଂ କ୍ୟାମେରା ଏବଂ ୱାଇ – ଫାଇ ନେଟ୍ୱର୍କ ବ୍ୟବହାର କରାଯିବ । ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ସାରା ଦେଶରେ ଏଭଳି ଧରଣର ଦୌଡ଼ ଆୟୋଜନ କରିବାର ଅଭିଜ୍ଞତା ଥିବା ମୁମ୍ବାଇର ଏକ ଏଜେନ୍ସି ସହିତ ଟାଟା ଷ୍ଟିଲ୍ ସହଯୋଗିତା ସ୍ଥାପନ କରିଛି । ଦୌଡ଼କୁ ଅଧିକ ଅନ୍ତର୍ଭୁକୀକରଣ ଓ ବ୍ୟାପକ କରିବା ଲାଗି ସହଯୋଗୀ ହେବା ଲାଗି ଟିଏସ୍ଏମ୍ ସ୍ଥାନୀୟ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରିଥିଲା । ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ , ବିଆର୍ଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍ , ଟାଟା ଷ୍ଟିଲ୍ର ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ଏବଂ ଟାଟା ଷ୍ଟିଲ ୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର ସର୍ଭିସେସ୍ ଲିମିଟେଡ୍ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛନ୍ତି।