ଶତାଧିକ ଯୁବକ ଓ ଯୁବତୀଙ୍କ ବିରୋଧ ପ୍ରଦର୍ଶନ

ସୁପର୍ ସ୍ପେଶାଲିଷ୍ଟ ହସ୍ପିଟାଲ୍‌କୁ ଏକ ଘରୋଇ ସଂସ୍ଥା ଆପୋଲୋ କୁ ପରିଚାଳନା ଦାୟିତ୍ବ ସମର୍ପିତ କରିବା ପ୍ରତିବାଦରେ ଆଜି ୨୫.୦୧.୨୦୨୩ ସକାଳ ୮.୦୦ଟାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ରାଉରକେଲା ସୁପର୍ ସ୍ପେଶାଲିଷ୍ଟ ହସ୍‌ପିଟାଲ ସମ୍ମୁଖରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଶତାଧିକ ଯୁବକ ଓ ଯୁବତୀ ବିରୋଧ ପ୍ରଦର୍ଶନ କରିଥିଲେ । ଦାବୀ ସ୍ବରୂପ ରାଉରକେଲା ସୁପର୍ ସ୍ପେଶାଲିଷ୍ଟ ହସ୍ପିଟାଲକୁ ଏମ୍‌ସ କୁ ଦାୟିତ୍ବଭାର ପ୍ରଦାନ ନ କରି ଏକ ଘରୋଇ ସଂସ୍ଥା ଆପୋଲୋକୁ ଦେଇ ଚିକିତ୍ସା ବ୍ୟବସ୍ଥାକୁ ବ୍ୟବସାୟୀକରଣରେ ରେ ପରିଣତ କରିଥିବାରୁ ଦୃଢ ନିନ୍ଦା କରିବା ସହିତ ରାଉରକେଲା ସୁପର୍ ସ୍ପେଶାଲିଷ୍ଟ ହସ୍‌ପିଟାଲର ଡାଇରେକ୍ଟର ମହୋଦୟଙ୍କୁ ଏକ ଜ୍ଞାପନ ପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲା ବାସୀଙ୍କ ପାଇଁ ପ୍ରଦାନ କରାଯାଉଥିବା ନିମ୍ନତର ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାପାଇଁ ଯେଉଁ ଆଶାନୁରୂପ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ୍‌ର ସ୍ବପ୍ନ ଦେଖିଥିଲେ ତାହା ବର୍ତ୍ତମାନ ଧୂଳିସାତ ହେବାକୁ ଯାଉଛି । ଘରୋଇ ସଂସ୍ଥା ଆପୋଲୋକୁ ରାଉରକେଲା ସୁପର୍ ସ୍ପେଶାଲିଷ୍ଟ ହସ୍‌ପିଟାଲର ଦାୟିତ୍ବଭାର ଅର୍ପଣ କରିବାଦ୍ବାରା ଭବିଷ୍ୟତରେ ରାଉରକେଲାର ଗରିବ ଜନସାଧାରଣ ସ୍ଵଳ୍ପ ଖର୍ଚ୍ଚରେ ଉଚ୍ଚମାନର ଚିକିତ୍ସା ପାଇବାପାଇଁ ଯେଉଁ ଆଶାବାନ୍ଧିଥିଲେ ତାହା ବର୍ତ୍ତମାନ ଏକପ୍ରକାର କୁଠାରାଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଦିନରେ ଏହିପରି ବିରୋଧ ପ୍ରଦର୍ଶନକୁ ଅଧିକ ତୀବ୍ରତର କରାଯିବ ବୋଲି ଆଜି ମୁକ୍ତିକାନ୍ତ ବିଶ୍ବାଳ ଦୃଢୋକ୍ତି ପ୍ରକାଶ କରିଥିଲେ । ଆଜି ୧୨ଘଣ୍ଟିଆ ଧାରଣା ପ୍ରଦର୍ଶନରେ ଗୋପାଳ ଜେନା , ରଞ୍ଜନ ଲେଙ୍କା , ଦିଲ୍ଲୀପ ସିଂ , ଭରତ ବାଇ , ମମତାଶ୍ରୀ , ଆରତୀ ପଟେଲ , ବନିତା ଦୁର୍ଗା , କାର୍ଭିକ ନାୟକ , ପବନ କା ପ୍ରମୁଖ ସହଯୋଗ କରିଥିଲେ ।

Recent Post

Live Cricket Update