ଦୁର୍ନୀତି ବିରୋଧ ରେ ବିଜେପି ପକ୍ଷରୁ ରଘୁନାଥପୁର ବିଡ଼ିଓ ଙ୍କୁ ଚେତାବନୀ

(ଦୁର୍ନୀତି ବିରୋଧ ରେ ବିଜେପି ପକ୍ଷରୁ ରଘୁନାଥପୁର ବିଡ଼ିଓ ଙ୍କୁ ଚେତାବନୀ )

ଜଗତସିଂହପୁର :
ତା =25/1/23

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଡ଼ଃ ପ୍ରକାଶ ଚନ୍ଦ୍ର ଦଳାଇ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ମଣ୍ଡଳୀ ରଘୁନାଥପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଅଟଳ ବିହାରୀ ସ୍ୱାଇଁ ଙ୍କୁ ଭେଟି ବିଭିନ୍ନ ଜନ ସାଧାରଣ ଙ୍କ ସମସ୍ୟା ସମ୍ପର୍କ ରେ ବିଡ଼ିଓ ଙ୍କୁ ଅବଗତ କରିବା ସହିତ ତୁରନ୍ତ ସମସ୍ୟା ସମାଧାନ କରାନଗଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି | ରଘୁନାଥପୁର ବ୍ଲକ ର ସମସ୍ତ ପଞ୍ଚାୟତ ରେ ପ୍ରକୃତ ଯୋଗ୍ୟ ହିତାଧକାରୀଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା | ବ୍ଲକ ରେ ବିଭିନ୍ନ ସ୍ଥାନ ରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ମଣିଷ ବଦଳରେ ମେସିନ୍ କରୁଛି କାମ ଏହା ର ନିରପେକ୍ଷ ତଦନ୍ତ କରିବା | ସ୍ବଚ୍ଛ ଭାରତ ମିଶନ ରେ ପାଇଖାନା ନିର୍ମାଣ କରିଥିବା ହିତାଧିାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେବା | ଷାଠିଏ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧା ଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା | ଅସହାୟ, ନିଃସହାୟ ଗରିବ ବ୍ୟକ୍ତି ରାଜନେତା ଙ୍କ ଚାପରେ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହେବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କ ରେ ରେ ବିଜେପି ପ୍ରତିନିଧି ଦଳ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ | ଏହି ପ୍ରତିନିଧି ଦଳରେ ଯୁବ ମୋର୍ଚ୍ଚା ଉପ ସଭାପତି ସୌମ୍ୟ ରଂଜନ ମିଶ୍ର | ଜିଲ୍ଲା ସାଧାରଣ ସମ୍ପାଦକ ଖିତିଶ୍ ଦାସ | ଜିଲ୍ଲା ସମ୍ପାଦକ ସାଗର ଦାସ | ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ବଳରାମ ଦଳାଇ | ଜିଲ୍ଲା କୋଷଧକ୍ଷ ବନୋଜ୍ ନାୟକ | ଜିଲ୍ଲା ସଂଯୋଜକ ଅଜିତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update