



ଡାକ ବିଭାଗ ତରଫରୁ ଜନ ସଚେତନତା ତଥା ଡା଼କ ମେଳା
ଆଜି କଙ୍କଡ଼ାହାଡ଼ ବ୍ଲକର କନ୍ଧରା ଗ୍ରାମ ମଣ୍ଡପଠାରେ ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ଏକ ଡାକ ମେଳା ଉଦଯାପିତ ହୋଇଯାଇଛି | ଏହି ଜନସଚେତନତା କାର୍ଯ୍ୟକ୍ରମ ବିଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ଡାକ ବିଭାଗ ତରଫରୁ ବିଭିନ୍ନ ଦ୍ରବ୍ୟ ଓ ଆର୍ଥିକ ସେବାର ପ୍ରଚାର ଓ ପ୍ରସାର ନିମନ୍ତେ ଡାକ ବିଭାଗ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଅଛି | ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅନୁସୟା ସାହୁ ଏବଂ ଗ୍ରାମ୍ୟ ସଭାପତି ଶ୍ରୀ ପ୍ରସାଦ କୁମାର ବେହେରା , ଢେଙ୍କାନାଳ ଡାକ ଅଧ୍ୟକ୍ଷକ ଶ୍ରୀ ଜଗଦୀଶ ଦାଶ ଏବଂ କାମାକ୍ଷାନଗର ଉପମଣ୍ଡଳ ଡାକ ନିରୀକ୍ଷକ ଶ୍ରୀ ପୁରସ୍ତମ ନାୟକ ଅତିଥ୍ଭାବେ ଯୋଗ ଦେଇଥିଲେ | ଭାରତ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସମସ୍ତ ଜନହିତକାରୀ ଯୋଜନା ତଥା ଲାଭକାରୀ ସଞ୍ଚୟ ସୁବିଧା , ଡାକ ବୀମା ସୁବିଧା ଏବଂ ଜନସେବା କେନ୍ଦ୍ର ମାନଙ୍କରେ ଉପଲବ୍ଧ ଅନଲାଇନ ବା ଡ଼ିଜିଟାଲ ସେବାର ସୁବିଧା କିପରି ନିକଟସ୍ଥ ଡାକ ଘରୁ ସ୍ଥାନୀୟ ଜନତା ଗ୍ରହଣ କରି ସେମାନଙ୍କ ଓ ସେମାନଙ୍କ ପରିବାରର ସାମାଜିକ ଓ ଆର୍ଥିକ ବିକାଶ ସହିତ ସ୍ବାବଲମ୍ବୀ ଭାରତ ଗଠନରେ ସହାୟ ହୋଇପାରିବେ । ଅଧ୍ୟକ୍ଷକ ଶ୍ରୀ ଦାଶ , ଦୀର୍ଘ ସମୟ ମନ୍ତବ୍ୟ ରଖୁଥିଲେ | God ଏହି ଅବସରରେ ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଉଭୟ ଅନଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଜନସାଧାରଙ୍କ ହିତ ନିମନ୍ତେ ଭାରତ ସରକାରଙ୍କ ଡାକ ବିଭାଗ , ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍ , ଟାଟା ଏ.ଆଇ.ଜି ର ସହଯୋଗରେ ଉପଲବ୍ଧ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା କେବଳ ୩୯୯ ଟଙ୍କାର ବାର୍ଷିକ ଏକକାଳୀନ ପ୍ରିମିୟମ ଦ୍ବାରା କିପରି ଲୋକ ମାନଙ୍କ ଘରେ ମିଳିପାରିବ ସେହି ଉପଲକ୍ଷେ ଏକ QR Code Based Whatsapp Messaging ତାଙ୍କ Tele – messaging System ର ଆଜି ଶୁଭାରମ୍ଭ କରାଯାଇଅଛି | ବୀମାଭୁକ୍ତ ବ୍ୟକ୍ତି ଯେ କୌଣସି ଦୁର୍ଘଟଣାଜନିତ ମୃତ୍ୟୁରେ କିମ୍ବା ବିକଳାଙ୍ଗ ଅବସ୍ଥାରେ ୧୦ ଲକ୍ଷ ଟଙ୍କା ବୀମା ରାଶି ପ୍ରାପ୍ତ ହେବେ | ଏପରିକି ମେଡ଼ିକାଲ ଚିକିତ୍ସା ପାଇଁ OPD କ୍ଷେତ୍ରରେ ୩୦ ହଜାର ଟଙ୍କା ଏବଂ ।PD କ୍ଷେତ୍ରରେ ୬୦ ହଜାର ଏବଂ ଛୋଟ ପିଲା ଥିଲେ ଦୁଇଟି ପିଲା ପାଇଁ ୧ ଲକ୍ଷ୍ୟ ହିସାବରେ , ଆମ୍ବୁଲାନ୍ସ ବାବଦକୁ ଖର୍ଚ , ଶବଦାହ ଖର୍ଚ ମେଡିକାଲରେ ରୋଗୀ ସହାୟକ ନିମନ୍ତେ ୧୦ ହଜାର ଇତ୍ୟାଦି ଅନେକ ସୁବିଧା ଏଥ୍ରେ ଅଛି | ଯେ କୌଣସି ଜଣ ସାଧାରଣ ଟେଲିଫୋନ୍ ନମ୍ବର + ୯୧୬୭୬୨ – ୨୨୧୦୫୮ କୁ Whatsapp ରେ ମେସେଜ କରି ଏହି ସୁବିଧା ମଧ୍ୟ ପାଇଁ ପାରିବେ । ନିକଟସ୍ଥ ଡ଼ାକ କର୍ମଚାରୀ ତାଙ୍କ ଘରେ ଏହି ସୁବିଧା ଲୋକଙ୍କୁ ଉପଲବ୍ଧ କରିପାରିବେ |