



ଖରସ୍ରୋତା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଷୟ——– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଖରସ୍ରୋତା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଲେଜର ଛାତ୍ରିଥିବା ରାଜସ୍ବ ,ବିପର୍ଯ୍ୟୟ ଓ ପ୍ରଶମନ୍ନ ମନ୍ନୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ,ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲ,କଲେଜ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ସାହୁ,ମୁଖ୍ୟବକ୍ତା ଭାବେ ଲେଖକ ଓ ବିଜେପି କଲେଜର ପ୍ରଧ୍ୟାପକ ଅଭିରାମ ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ ।କଲ୍ଚରାଲ ଆସୋସିଏସନ୍ର ର ଉପସଭାପତି ଅଧ୍ୟାପକ ଶ୍ରୀକାନ୍ତ ନାୟକ,ମିହୀର କୁମାର ରାଉତ,ପୂର୍ଣ୍ଣଚନ୍ଦ୍ର ସାମଲ,ଗଗନ ବିହାରି ବେହେରା,ଜ୍ୟୋତିପ୍ରଭା ମହାନ୍ତି,ଅପିତାସ୍ବାଇ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କହିଥିଲେ ଯେ ପାଠର ଆବଶ୍ୟକତା ଓ ଶୃଙ୍ଖଳା ବିଷୟରେ କହିଥିଲେ ।ଭଲ ମଣିଷ ହେବାପାଇଁ ଆଶା ଓ ବିଶ୍ବାସ ରହିଲେ ଜଣେ ଭଲ ମଣିଷ ହୋଇପାରିବ ।ଏହି ଅବସରରେ ବିଭିନ୍ନ ବିଭାଗର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରମିଳା ମଲ୍ଲୀକ ମାନପତ୍ର ଓ ଉପଢୈକନ ଦେଇ ସମ୍ମାନିତ କରିଥିଲେ ଏବଂ କଲେଜର ପୃର୍ବତନ ଅଧ୍ୟକ୍ଷ,ଗ୍ରାନ୍ଥଗାରିକା ଓ କର୍ମଚାରିଙ୍କୁ ମାନପତ୍ର ଓ ଉପଢୈକନ ଦିଆଯାଇ ସମ୍ମାନିତ କରାଯାଇ ଥିଲା ।ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୁତିକ କାର୍ଯ୍ୟକ୍ରମ କରାଯାଇ ଥିଲା ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ