ପଞ୍ଚାୟତ ଅଫିସ ରେ ତାଲା ପକାଇଲେ ଗାଁ ଲୋକେ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର( କ )ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ
ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, CRP, MBK ଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ତାଲା ପକାଇଲେ ଗାଁ ଲୋକେ ।ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ଏବେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା କରାଯାଇଛି ଅଭିଯୋଗ କଲେ ଗାଁ ଲୋକେ । ଆଜି ସାଧରଣତନ୍ତ୍ର ଦିବସରେ ପଞ୍ଚାୟତ ରେ ସାଧାରଣତନ୍ତ୍ର ଦିବସ ପାଳିତ ହେଲା ପରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହି ଅଧିକାରୀ ସମସ୍ତ ୱାର୍ଡ ମେମ୍ବର, CRP, MBK ତାଲା ପକାଇଲେ ପଞ୍ଚାୟତ ବାସୀ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଗାଁ ଲୋକ ଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଅନୁଗୋଳ ଜିଲ୍ଲା ରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍