ପଲ୍ଲିଶ୍ରୀ ମେଳା ଓ ସାସ୍କୃତିକ ମହୋତ୍ସବ ଉଦଯାପିତ

ପଲ୍ଲିଶ୍ରୀ ମେଳା ଓ ସାସ୍କୃତିକ ମହୋତ୍ସବ ଉଦଯାପିତ

ଢେଙ୍କାନାଳ: ପଲ୍ଲିଶ୍ରୀ ମେଳା ଓ ସାସ୍କୃତିକ ମହୋତ୍ସବର ଆଜି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଥିଲେ । ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛି । ଯେଉଁଥିରେ ଜନସାଧାରଣଙ୍କ ସହଭାଗିତା ଓ ପ୍ରସାସନିକ ତତ୍ପରତା ରହିଲେ ଆହୁରି ଉନ୍ନତି ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଗେଡିଅର କାମାକ୍ଷା ପ୍ରସାଦ ସିଂଦେଓ ଯୋଗଦେଇ ଢେଙ୍କାନାଳ ଏକ ଶାନ୍ତି ଓ ବିକଶିତ ଜିଲ୍ଲା । ସମସ୍ତଙ୍କ ସହଯୋଗ ରହିଲେ ସବୁ କ୍ଷେତ୍ରରେ ଜିଲ୍ଲା ଉନ୍ନତି କରିପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଏସପି ଜ୍ଞାନରଞ୍ଜନ ମହାପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷା ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠି ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ୧୯ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ପଞ୍ଚୁବଟି ନିକଟ ବସ୍ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରିଥିବା ଡ୍ରାଇଭର ସଂଘର ସଭାପତି ପ୍ରଦୁ୍ୟନ୍ନ ଭଞ୍ଜ, ସମ୍ପାଦକ ଗୌତମ ପ୍ରସାଦ ସାହୁ, ସର୍ବେସ୍ବର ସାହୁ ଏବଂ ସଦର ଥାନା ସବ-ଇନ୍ସପେକ୍ଟର ଚନ୍ଦ୍ର କାନ୍ତସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Recent Post

Live Cricket Update