ମହାମାୟୀଙ୍କ ତୃତୀୟ ବାର୍ଷିକୋତ୍ସବ
ଢେଙ୍କାନାଳ -୩୦।୧ : ଢେଙ୍କାନାଳ ସହର ଅନ୍ତର୍ଗତ ଆନନ୍ଦବଜାରସ୍ଥିତ ରଗଡିସାହି ଠାରେ ମା ’ ମହାମାୟୀଙ୍କର ତୃତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମା’ଙ୍କର ମଙ୍ଗଳ ଆଳତୀ , ମହାସ୍ନାନ , ନୂତନ ବସ୍ତ୍ର ଓ ବିଭିନ୍ନ ପୁଷ୍ପମାଳ ଅର୍ପଣ କରି ଭୋଗ ଲାଗି କରାଯାଇଥିଲା । ସକାଳ ୧୦ ଘଟିକା ସମୟରେ ସିମିଳିଆ ପୋଖରୀରୁ ଘଟ ଆବାହନ କରି ଏକ ବିରାଟ କଳସଯାତ୍ରା କରାଯାଇଥିଲା । ପରେ ମା’ଙ୍କର ଷୋଡଶ ଉପଚାର ପୂଜା , ମଣ୍ଡଳ ପୂଜା ଓ ପୂର୍ଣାହୂତି କରାଯାଇଥିଲା । ଏହି ଉତ୍ସବରେ ଆଖପାଖ ଗ୍ରାମରୁ ତିନିଦଳ କୀର୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତନ କରାଯାଇଥିଲା । ପୂଜକ ଡୁଲା ଭାଇନା ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିବାବେଳେ କର୍ତା ପ୍ରଶାନ୍ତ ନାୟକ ଓ କର୍ତୀ ଲିନୁବାଳା ନାୟକ ପୂଜାଭାର ସମ୍ଭାଳିଥିଲେ । ସଭାପତି ଚକ୍ରଧର ନାୟକଙ୍କ ତତ୍ତ୍ଵାବଧାନରେ ବାବୁ ମିଶ୍ର , ପ୍ରଭାତ ନାୟକ , ଲିଲି ନାୟକ , ବିମଳ ନାୟକ , ଶ୍ୟାମସୁନ୍ଦର ନାୟକ , ଲିପୁନ୍ ପ୍ରଧାନ , ପବିତ୍ର ନାୟକ , ଟୁନୀ ନାୟକ , ସୋନାଲି ନାୟକ , ଜିନିୟା ନାୟକ , ଉଜ୍ଜ୍ବଳ ନାୟକ , ଭରତ ସାହୁ , ପିନୁ ଦଳେଇ , ଗନ୍ଧର୍ବ ସାହୁ , ବିଦ୍ୟୁଲତା ଦଳେଇ , ରମେଶ ଚନ୍ଦ୍ର ସ୍ବାଇଁ ପ୍ରଭୃତି ଉପସ୍ଥିତ ଥିଲେ ।