ନାଉବାଙ୍କ ନେମରା କ୍ରିକେଟ ପ୍ରିମିୟରଲିଗ ଉଦଯାପିତ
ବିଷୟ——– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନେମରା ଠାରେ ନାଉବାଙ୍କ ନେମରା କ୍ରିକେଟ ପାଞ ଦିବସୀୟ ପ୍ରିମିୟର ଲିଗ୍ ଏନ୍ ଏନ୍ ପିଆଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ନେମରା ସୁପର କିଙ୍ଗ ଓ ନାଉବାଙ୍କ ଟାଇଗର ମଧ୍ୟରେ ଘମାଘୋଟ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ ।ଏଥିରେ ନେମରା ସୁପର କିଙ୍ଗ ବାଜି ମାରିଦେଇ ଚାମ୍ଫିୟାନ ହୋଇଥିଲା ଓ ନାଉବାଙ୍କ ଟାଇଗର ରନସ ଅପ୍ ହୋଇଥିଲା ।ଖେଳ ପରିଚାଳନା ଦାୟିତ୍ବ ନିଭେଇଥିଲେ ସୈମ୍ୟ ବାବୁ ଓ ମାନସବାବୁ । ଏହି ଉଦଯାପନୀ ଦିବସରେ ରାଜସ୍ବ ,ବିପର୍ଯ୍ୟୟ ଓ ପ୍ରଶମନ୍ନ ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ଫିୟନ ହୋଇଥିବା ନେମରା ସୁପର କିଙ୍ଗର ଅଧିନାୟକ ପ୍ରଶାନ୍ତ କୁମାର ସାହୁଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ ।ଏବଂ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ ,ଖଗେଶ୍ବର ମହାନ୍ତି ଓ ସରପଞ ନନ୍ଦକିଶୋର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରନସ ଦଳ ନାଉବାଙ୍କ ଟାଇଗରକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରତାପ ପାତ୍ର ,ଟୁକୁନା ଧଳ,ସଧ୍ୟାରାଣି ପାତ୍ର,ପ୍ରସନ୍ନ ନାୟକ, ପ୍ରଦ୍ୟୁନ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନେମରା ସୁପର କିଙ୍ଗ ର ଅଧିନାୟକ ପ୍ରଶାନ୍ତ କୁମାର ସାହୁ ଭଲରେ ଭଲରେ ଖେଳ ହୋଇଥିବାରୁ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ