ଆଳିଗାନ୍ଧୀ ସହଦେବ ଦାସଙ୍କ ପ୍ରତିମୂର୍ତ୍ତୀ ଉନ୍ନୋଚନ
ବିଷୟ—— ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ,ସମାଜସେବୀ ,ଦରଦୀଲୋକପ୍ରୀୟ ନେତା ,ସମାଜ ସଂସ୍କାରକ ,ଉଦାର ମଣିଷ ଆଳିର ଗାନ୍ଧି ପୃର୍ବତନ ବିଧାୟକ ସ୍ବର୍ଗତ
ସହଦେବ ଦାସଙ୍କ ପୂର୍ଣ୍ଣାବୟାବ ପ୍ରତିମ୍ବର୍ତ୍ତୀ ଉନ୍ମୋଚିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପବିତ୍ର ତିରୋଧାନ ଦିବସରେ ଅନୁଷ୍ଠିତ ହୋଇଯାଇଛି ।ଏବଂ ନିଆଳ ନମୈଜା ରାସ୍ତାର ନିଆଳଠାରେ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ କରକମଳରେ ଉନ୍ନୋଚନ କରାଯିବା ସଙ୍ଗେ ସଙ୍ଗେ ନିଆଳ ନମୈଜା ରାସ୍ତାକୁ ସହଦେବ ଦାସ ମାର୍ଗରେ ନାମିତ କରାଯାଇଛି
ଏହି ଉତ୍ସବରେ ପୃର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ,ଦୋଳଗୋବିନ୍ଦ ନାୟକ ଓ ଦୈନିକ ସମାଜର ମୁଦ୍ରାକାର ଓ ପ୍ରକାଶକ ଏବଂ ଲୋକସେବକ ମଣ୍ଡଳ ଓଡ଼ିଶାଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରମୁଖ ଯୋଗ ଦେଇଥିଲେ ।ସଭାରେ ସଭାପତିତ୍ବ ଗୋବିନ୍ଦ ଚନ୍ଦ୍ର ନନ୍ଦ କରିଥିବାବେଳେ ସମ୍ପାଦକୀୟ ପାଠ କରିଥିଲେ ସମ୍ଫାଦକ ବିରେନ୍ଦ୍ର କୁମାର ପଣ୍ଡା ।ଏହି ଅବସରରେ ଆଳି ଗାନ୍ଧି ସହଦେବ ଦାସ ନାମକ ଏକ ସ୍କରଣିକା ଉନ୍ନୋଚନ କରାଯାଇଥିଲା ।ଏହି ଉତ୍ସବରେ ରାଷ୍ଟ୍ରପତି ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ ,ପ୍ରମୋଦ କୁମାର ମଲ୍ଲୀକ ,ଧନେଶ୍ଵର ରାଉତ ,ବ୍ରଜକିଶୋର ଦାସ,ଉଷାରାଣୀ ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ