ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

(ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

)
ଜଗତସିଂହପୁର
ତା =31/1/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ କନ୍ତାର ସ୍ଥିତ ହରଗଉରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ବିଶିଷ୍ଟ ଶିକ୍ଷାବିତ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବିଦ୍ୟାଳୟ ଛାତ୍ରୀ ମାନଙ୍କ ପକ୍ଷରୁ ଗୁରୁ ବନ୍ଦନା ଗାନ କରାଯାଇଥିଲା |ଏହି ସମ୍ବର୍ଦ୍ଧନା ଶିକ୍ଷକ ରୁଦ୍ର ପ୍ରସନ୍ନ ପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ସଭାରେ ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟା ମୌସୁମୀ ବାରିକ | ସଂମ୍ମାନିତ ଅତିଥିଭାବେ ସମବାୟବିତ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ |ପୂର୍ବତନ ସମିତି ସଭ୍ୟ ପ୍ରିୟନାଥ ରାୟ |ନ୍ୟାୟବ ସରପଞ୍ଚ ବନଲତା ପରିଡା | ପ୍ରମୁଖ ଯୋଗଦେଇଥିଲେ | ଉପସ୍ଥିତ ଶିକ୍ଷକ, ଛାତ୍ର ଛାତ୍ରୀ କନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିବା ଶିକ୍ଷୟିତ୍ରୀ ସଂନ୍ଧ୍ୟାରାଣୀ ରାୟ ଏବଂ ଜ୍ୟୋତ୍ରୀମୟୀ ଦାସ ଙ୍କ ଶିକ୍ଷକତା ଜୀବନ ର ନୀତି, ଆଦର୍ଶ, ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସହାନୁଭୂତି ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଶେଷରେ ଅବସର ନେଇଥିବା ଦୁଇ ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ର ଶିକ୍ଷକ, ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ,ଅଞ୍ଚଳ ର ବରିଷ୍ଟ ନାଗରିକ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update