Slog- କଳପ୍ରକାଶିନୀ କ୍ଲବ ଠାରେ St. Xavier ହାଇ ସ୍କୁଲ ଅଭିନନ୍ଦନ ଉତ୍ସବ ପାଳିତ।
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ସ୍ଥିତ St. Xavier ହାଇ ସ୍କୁଲ ର ଅଭିନନ୍ଦନ ଉତ୍ସବ କଳପ୍ରକାଶିନୀ କ୍ଲବ ଠାରେ ପାଳିତ ହୋଇଯାଇଛି l
ଏହି ଅଭିନନ୍ଦନ ଉତ୍ସବରେ ପଦ୍ମଶ୍ରୀ ଶ୍ରୀଯୁକ୍ତ ଉତ୍ସବ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ସମାଜ ର ଚିଫ ଏଡିଟର ଶ୍ରୀଯୁକ୍ତ କାହ୍ନl ନାୟକ, ଗ୍ଲୋବାଲ ଫେଡେରେସନ ର ଚେୟାରମ୍ୟାନ ମୃତ୍ୟୁଞ୍ଜୟ ଦାସ, ସ୍କୁଲ ର ପ୍ରିନସିପାଲ ଶକ୍ତିପ୍ରସାଦ ମହାନ୍ତି ଯୋଗ ଦେଇଥିଲେ l ଏହି ଉତ୍ସବ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ମଲିକ ସ୍କୁଲ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ l ଶ୍ରୀ ଦାସ ଛାତ୍ରଛାତ୍ରୀ ମାନଂକୁ ବିଭିନ୍ନ ଗପ ମାଧ୍ୟମରେ ବୁଝାଇବା ସହ ବିଭିନ୍ନ ନିତୀଶିକ୍ଷା ମାନ ଦେଇଥିଲେ l ଏହି ଉତ୍ସବ ରେ ଶ୍ରୀ ମୃତ୍ୟୁଞ୍ଜୟ ଦାଶ ପିଲା ମାନଙ୍କୁ ତାଙ୍କ ଅଭିଭାଷଣ ରେ ନବମ ଓ ଦଶମ ଶ୍ରେଣୀ ର ପିଲା ମାନଂକୁ କିପରି ଭାବେ ରାହୁ ଏବଂ କେତୁ ଠାରୁ ଦୁରେଇ ରହିବାକୁ ହୁଏ ସେ ବିଷୟରେ ବୁଝାଇ ଥିଲେ l
ଏହି ଅଭିନନ୍ଦନ ଉତ୍ସବ ରେ ପ୍ରିନସିପାଲ ତାଙ୍କ ଅଭିଭାଷଣ ରେ ସମସ୍ତ ଅତିଥି, ସ୍କୁଲ ର ଶିକ୍ଷୟତ୍ରି, ଛାତ୍ରଛାତ୍ରୀ ମାନଂକୁ ଧନ୍ୟବାଦ ଦେବା ସହିତ ବିଦ୍ୟା ଜୀବନରେ କିଭଳି ଗୁରୁତ୍ୱପୂର୍ଣ୍ଣ ଅଟେ ଆଲୋଚନା କରିବା ସହିତ ଏହି ସ୍କୁଲ ସତ ପ୍ରତିଶତ ରେଜଲ୍ଟ କରିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ରୀ ଆରୋହୀ ପାତ୍ର ଙ୍କୁ ଲିଟିଲ ମିସ, ଛାତ୍ର ଜିଗ୍ନେସ ପରିଡା ଲିଟିଲ ମାଷ୍ଟର, ନିକିତା ସାମଲ ମିସ ଜାବିଏର, ଚନ୍ଦନ ଯାଦବ ମାଷ୍ଟର ଜାବିଏର, ସିଦ୍ଧିମୟୀ ଯୋଶୀ ସୁଡେଣ୍ଟ ଅଫ ଦ ଇଅର ଅଫ ଜାବିଏର ପୁରସ୍କୃତ କରାଯାଇଥିବା ବେଳେ ଅନ୍ୟ ବିଭିନ୍ନ ବର୍ଗ ଓ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଂକୁ ପୁରସ୍କୃତ କରିବା ସହିତ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।