ରାଜ୍ୟ ସ୍ତରୀୟ ଜଳ ପରିମଳ ଓ ପରିଚ୍ଛନ୍ନତା ତାଲିମ ଉଦଯାପିତ
“””””””””””””””””””””””””””””””””””””””””””””””””””
ବିଶ୍ଵ ଯୁବକେନ୍ଦ୍ର ନୂଆଦିଲ୍ଲୀ,ଆଇ.ଆଇ.ୱାଇ. ଡି ଭୁବନେଶ୍ୱର ଓ ଫାନ୍ସା ଇଣ୍ଡିଆର ମିଳିତ ସହଯୋଗରେ ଭୁବନେଶ୍ୱର ରେଡକ୍ରସ ଭବନଠାରେ ୨୭/୦୧/୨୦୨୩ ଓ ୨୮/୦୧/୨୦୨୩ ଦୁଇ ଦିନ ଧରି ଜଳ ପରିମଳ ଓ ପରିଚ୍ଛନ୍ନତା ସମ୍ବନ୍ଧ ରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ରେଡକ୍ରସ ସୋସାଇଟି ର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକ (ଅବସରପ୍ରାପ୍ତ ଆଇ.ଏ. ଏସ.) ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବରେ AIIMS ର ପ୍ରଫେସର ଡ.ମନୀଷ,ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ବିପିନ୍ ବିହାରୀ ପଣ୍ଡା, WASH ବିଶେଷଜ୍ଞ ଶ୍ରୀଯୁକ୍ତ ଗୌରୀ ଶଙ୍କର ମିଶ୍ର ଯୋଗ ଦେଇଥିଲେ।ବିଶ୍ଵ ଯୁବ କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଉଦୟ ଶଙ୍କର ସିଂ ମୂଖ୍ୟ ବକ୍ତା ଏବଂ ପୂର୍ଣ୍ଣଚନ୍ଦ୍ର ମିଶ୍ର, ନିର୍ଦ୍ଦେଶକ IIYD କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଫାନ୍ସା ନୟାଗଡ ପ୍ରତିନିଧି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଦୁଇ ଦିନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପରିଚ୍ଛନ୍ନତାର ପ୍ରାଧାନ୍ୟ,ଜଳ ଜନିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅତିଥିମାନେ ଉଦବୋଧନ ଦେଇଥିଲେ।
ଏଥିରେ ଢେଙ୍କାନାଳ, ଅନୁଗୁଳ,ଦେଓଗଡ଼, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ,ନୟାଗଡ, ବାଲେଶ୍ୱର ଜିଲ୍ଲାରୁ ୭୦ ଜଣ ସ୍ୱେଚ୍ଛାସବୀ ସଂଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।
ଦ୍ଵିତୀୟ ଦିନରେ ୧୨ଜଣ ସ୍ବେଚ୍ଛାସେବୀଙ୍କୁ ୱାସ୍ ଆମ୍ବାସଡର ରୂପେ ସମ୍ମାନୀତ କରାଯାଇଥିଲା।
ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସ୍ବରଚିତ ଦୁଇଟି ପୁସ୍ତକ ଯଥା:- ଡ୍ରିମିଂ ବିହାଇଣ୍ଡ ସାଡୋ (DREAMING BEHIND SHADOW) ଏବଂ ଜଳ ପରିମଳ ସମ୍ବନ୍ଧିତ ଦ ରାଇଟ ପାଥ୍ (THE RIGHT PATH) ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା।ଏହି ଉଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀଯୁକ୍ତ ଶାନ୍ତି ରଂଜନ ବେହେରା, ଇଂଜିନିୟର ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀ,NEHU ର ପ୍ରଫେସର୍ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପତି, ଆହ୍ଲାବାଦ ବ୍ୟାଙ୍କର ଅବସରପ୍ରାପ୍ତ AGM ଓ ପ୍ରଫେସର୍ ଶ୍ରୀଯୁକ୍ତ ସୀତାକାନ୍ତ ସେଠୀ ଯୋଗ ଦେଇଥିଲେ।ଏହି ଦୁଇଦିନ କାର୍ଯ୍ୟକ୍ରମକୁ ଫାନ୍ସା ଓଡ଼ିଶା ଢେଙ୍କାନାଳ ପ୍ରତିନିଧି ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।
