କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଓ ବକଟପୁର ଠାରେ ମାଁ ହୀରାନିଳାଙ୍କ ଝାମୁଯାତ୍ରା

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଓ ବକଟପୁର ଠାରେ ମାଁ ହୀରାନିଳାଙ୍କ ଝାମୁଯାତ୍ରା


ତା 31/01/23: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ମାଁ ହୀରାନିଳାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ବହୁ ଆବାହାନ କାଳରୁ ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ଯାତ୍ରା ପାଳିତ ହୁଏ।ପ୍ରଥମେ ବିଶ୍ଵନାଥପୁର ସ୍ଥିତ ହୀରାନିଳା ମନ୍ଦିରରୁ ବାହାରି ନିକଟସ୍ଥ ନଦୀରୁ ବାଲି ଅଣାଯାଇଥାଏ।
ଗାଁରୁ ସଂଗ୍ରହ କରିଥିବା ବିଭିନ୍ନ ପ୍ରକାରର ଶସ୍ୟ ଧାନ,ମକା,ବିରି,କୋଳଥ ଇତ୍ୟାଦି ବିହନ ଗଜା ହେବାପାଇଁ ୭ଟି ଚାଙ୍ଗୁଡ଼ିରେ ନଦୀରୁ ଅଣାଯାଇଥିବା ବାଲିରେ ପକାଯାଇଥାଏ। ସେହି ଗଜା ବିହନକୁ ସାତଦିନ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ ଓ କଞ୍ଚା ମାଟିରେ ସେ ଦିନ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଦେବି । ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଳି ପ୍ରସ୍ତୁତ କରିଥିଲେ। ସପ୍ତମ ଦିନରେ ମାଁ ହୀରାନିଳା ଓ ବୁଢ଼ାରଜା ନିଆଁରେ ତିଆରି ଖନ୍ଦା (ଝାମି)କୁ ତିନି ଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ।କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ଶକ୍ତି ର ପରିଚୟ ଦିଅନ୍ତି।ଏହିପରି ପାରମ୍ପରିକ ରିତି ନିତି ବା ଦେବନୀତି ପାଳନ କରି ଗାଁ ଗୈାନ୍ତିଆ ପ୍ରଦିପ କୁମାର ଘଡେ଼ଇଙ୍କ ସୁପୁତ୍ର ଜୟନ୍ତ କୁମାର ଘଡ଼େଇ ଏହିବର୍ଷ ପୂଜା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଦେବିଙ୍କ ମୂଖ୍ୟ ସେବାୟତ ଜଗବନ୍ଧୁ ପ୍ରଧାନୀ ସମସ୍ତ ସମୟରେ ଉପସ୍ଥିତ ରହିଥିଲେ।ଯାତ୍ରା ସରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ବାରା ପାରା, କୁକୁଡ଼ା ଓ ଛେଳି ଆଦି ବଳି ଦିଅନ୍ତି ।ଏଥିରେ ମୁଖ୍ୟ କାଳୀସି ନିଲାମ୍ବର ପ୍ରଧାନୀ,କୁଳମଣି ପ୍ରଧାନୀ, ସେବକ ଚିନ୍ତାମଣି ଦଣ୍ଡସେନା, ବାସୁଦେବ ପ୍ରଧାନୀ, ଫାଲ୍ଗୁନୀ ପ୍ରଧାନୀ, ରମେଶ ଦଣ୍ଡସେନା,ହରି ପ୍ରଧାନୀ, ଭୈରମଲ ଘଡ଼େଇ, ଘାସିରାମ ଘଡ଼େଇ,ପିତବିସ ଦଣ୍ଡସେନା, ବୃନ୍ଦାବନ ପ୍ରଧାନୀ, ଦ୍ବାରା ପୂଜା ସମ୍ପନ୍ନ ହୋଇଥିଲା।ଏହି ବାଲିଯାତ୍ରାକୁ ସଫଳ କରିବା ପାଇଁ ମାଁ ଭୈରବୀ ଯୁବ କେନ୍ଦ୍ର ସଂଘ,ଜୟ ଜଗନ୍ନାଥ ଯୁବକ ସଂଘ ତଥା ବିଶ୍ଵନାଥପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ଏଥିରେ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ବିଜେଡ଼ି ମିଡିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ,ପୁର୍ବତନ ସରପଞ୍ଚ ଅନନ୍ତ କୁମାର ପ୍ରଧାନୀ, ପୁର୍ବତନ ବିଧାୟକ ଶିବାଜୀ ମାଝୀ, ପୁର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ସମାଜସେବୀ କୃଷ୍ଣ ଚନ୍ଦ୍ର ଘଡେ଼ଇ, ହିମାଦ୍ରି ପେସନିଆ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ଉପସ୍ଥିତ ରହି ଦେବିଙ୍କୁ ଦର୍ଶନ କରିଥିଲେ। ସେହିପରି ବକଟପୁର ସ୍ଥିତ ମାଁ ହୀରାନୀଳା ମନ୍ଦିର ଏବଂ ରଘୁନାଥପୁର ମନ୍ଦିରରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ହେମନ୍ତ ଦଣ୍ଡସେନା, ବିରଞ୍ଚି ପ୍ରଧାନୀ, ଟୁଟୁ ଘଡ଼େଇ, କିଶୋର କୁମାର ଘଡ଼େଇ,କୁନୁ ହରିଜନଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ।

Recent Post

Live Cricket Update