Search
Close this search box.

ପାଣିପଂଚାୟତ ପକ୍ଷ ପାଳନ

ପାଣିପଂଚାୟତ ପକ୍ଷ ପାଳନ

ରେଙ୍ଗାଳି ଦକ୍ଷିଣପାର୍ଶ୍ଵ ପ୍ରକଳ୍ପର ସଚେତନତା ରଥ ଶୁଭାରମ୍ଭ କଲେ ବିଧାୟକ

ଢେଙ୍କାନାଳ , ୦୧ / ୦୨ : ଜମିକୁ ଜଳର ସଦ୍‌ବ୍ୟବହାର ଏବଂ ସୁବଂଟନ କରି ସମସ୍ତେ ଯେଭଳି ପାଣି ପଂଚାୟତ ମାଧ୍ୟମରେ ଉପକୃତ ହୋଇପାରିବେ , ସେଥପାଇଁ ଯତ୍ନବାନ ହେବାକୁ ବିଧାୟକ ସୁଧର ସାମଲ ଉଦ୍‌ବୋଧନ ଦେଇଛନ୍ତି । ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଢେଙ୍କାନାଳ ରେଙ୍ଗାଳି ଦକ୍ଷିଣପାର୍ଶ୍ଵ ପ୍ରକଳ୍ପ ବିଭାଜନ – ୨ ପକ୍ଷରୁ ଏହି ପକ୍ଷର ଅୟଂମାରମ୍ଭ ବୁଧବାର ଆରମ୍ଭ ହୋଇଛି । ମୁଖ୍ୟଯନ୍ତ୍ରୀ ବିଜୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚାଷୀଙ୍କ ସଭାରେ ବିଧାୟକ ଶ୍ରୀ ସାମଲ କହିଛନ୍ତି ଯେ , ଚାଷୀମାନେ ଅର୍ଥକାରୀ ଏବଂ ଲାଭଜନକ ଫସଲ ଚାଷକରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ଉନ୍ନତ କରନ୍ତୁ । ଏଥୁରେ ପାଣି ପଂଚାୟତ ନିଶ୍ଚିତ ସହାୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ପ୍ରଧ ନ , ଅଧ୍ୟକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ପାତ୍ର ଏବଂ ଚିତରଞ୍ଜନ ନାଏକ ଚାଷୀମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ । ବକ୍ତୃତା , ରଚନା , ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୮ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଧାୟକ ପୁରସ୍କୃତ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ବାର୍ତା ସମ୍ପର୍କରେ ବିଧାୟକ ଶ୍ରୀ ସାମଲ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ସଭାରେ ପାଣି ପଂଚାୟତ କର୍ମକର୍ତା , କୃଷକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପାଣିପଂଚାୟତ ସଚେତନତା ରଥ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ ବିଧାୟକ ଶ୍ରୀ ସାମଲ ଶୁଭାରମ୍ଭ କରିଥିଲେ । ଏହି ରଥ ୮ଟି ବ୍ଲକରେ ଏକସପ୍ତାହ ବ୍ୟାପୀ ପାଣି ପଂଚାୟତ ସଂପର୍କରେ ବାର୍ତାକୁ ପ୍ରଚାର ପ୍ରସାର କରିବ ।

Recent Post

Live Cricket Update

You May Like This

× How can I help you?