ଚିଚୋଲି ଧନୁଯାତ୍ରାର ଷଷ୍ଠ ରଜନୀ —-ମଥୁରାରେ କଂସ ଙ୍କ ରଙ୍ଗସଭା ଗୋପପୁରେ କୃଷ୍ଣ ବଳରାମ ଙ୍କ ମଥୁରା ଗମନ ଓ ଗୋପୀମାନଙ୍କ ବିଳାପ

ଚିଚୋଲି ଧନୁଯାତ୍ରାର ଷଷ୍ଠ ରଜନୀ —-ମଥୁରାରେ କଂସ ଙ୍କ ରଙ୍ଗସଭା ଗୋପପୁରେ କୃଷ୍ଣ ବଳରାମ ଙ୍କ ମଥୁରା ଗମନ ଓ ଗୋପୀମାନଙ୍କ ବିଳାପ।
***************”*******
ଅମ୍ବାଭୋନା 01/02/2023 —ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଚିଚୋଲି ଧନୁଯାତ୍ରା ମସୋତ୍ସବ ଷଷ୍ଠ ରଜନୀ ରେ ମଥୁରା ନଗରୀ ରେ ରଙ୍ଗ ସଭା ,ଆସନ୍ନ ଯୁଦ୍ଧ ପାଇଁ ଆଲୋଚନା, ଉଗ୍ରସେନ ଙ୍କୁ ଗୋପପୁର ପ୍ରେରଣ, ମଥୁରା ରେ ଗୋପୀମାନଙ୍କ ଦହି ବିକା ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ସେହିପରି ଗୋପପୁରେ ମାମୁଁ କଂସା ସୁର ଙ୍କ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ନିମନ୍ତ୍ରଣ ରକ୍ଷା କରି ଅକ୍ରୁର ଙ୍କ ସାଥିରେ କୃଷ୍ଣ ବଳରାମ ଙ୍କ ମଥୁରା ଗମନ, କୃଷ୍ଣ ବଳରାମ ଙ୍କୁ ମେଲାଣି ଦେଇ ଗୋପପୁରବାସୀଙ୍କ ଶୋକ,ରାଧା ସହ ଗୋପୀମାନଙ୍କ ବିଳାପ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା ।ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ବଞ୍ଚିବି …….ଗିତ ଗାଇ ନନ୍ଦ ଯଶୋଦା ବାହୁନି ବାହୁନି କାନ୍ଦିଛନ୍ତି । କୃଷ୍ଣ ଙ୍କୁ ନ ପାଇ ଗୋପପୁରବାସୀଙ୍କ ଆଖିରେ ଛଳଛଳ ଲୁହ ।ପ୍ରେମପାଗଳିନୀ ରାଧା କୃଷ୍ଣ ଙ୍କୁ ଝୁରି ଝୁରି କାନ୍ଦିଛନ୍ତି । କୃଷ୍ଣ ଙ୍କୁ ନ ପାଇ ଗୋପପୁରର କୁଞ୍ଜବନ , ଯମୁନା ନଈ ଆଦି ସମସ୍ତେ ଝୁରିଛନ୍ତି । ଗୋପପୁର ସାଜିଥିବା ଚିଚୋଳି ଗ୍ରାମ ର ସ୍କୁଲପଡା ରେ ସମସ୍ତ ଙ୍କ ଘର ସାମନାରେ ଝୋଟି ଚିତା କାଟି ପୁର୍ଣ କଳସ ସ୍ଥାପନ କରି କୃଷ୍ଣ ବଳରାମ ଙ୍କୁ ମେଲାଣି ଦେଇଥିଲେ ।କଂସ ଙ୍କ ରାଜ ଦରବାର ରେ ରାଜ ଅତିଥି ଭାବେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିତ୍ତିଚନ୍ଦ୍ର ଦୁଆନ, ବିଜେଡି ବ୍ଳକ ସଭାପତି ରଘୁନାଥ ପଟେଲ, ଦ୍ବାରୀ ସରପଞ୍ଚ ଞ୍ଙାନରଞ୍ଜନ ଭୋଇ,ଭୁକ୍ତା ସରପଞ୍ଚ ବଲରାମ ବିଶର ଯୋଗ ଦେଇଥିଲେ । ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳର ଜନସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଅମ୍ବାଭୋନା ପୋଲିସ ମୁତୟନ କରାଯାଇଛି । ବିଜୁଳି ଦୋଲି, ମୀନା ବଜାର, ଚାର୍ଟ ଗୁପଚୁପ ପସରା ରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଚୋଳି ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

× How can I help you?