Nneu ର ବାର୍ଷିକ ଉତ୍ସବ ପାଳିତ

Nneu ର ବାର୍ଷିକ ଉତ୍ସବ ପାଳିତ

ନାଲକୋ ନଗର –

ଗତ ଫେବୃୟାରୀ ୧ ତାରିଖ ସନ୍ଧ୍ୟାରେ NNEU ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ସଂଗଠନର ସଭାପତି,ଅନୁଗୋଳ ବିଧାୟକ, ତଥା ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ତଥା ସଂଗଠନର ଉପଦେଷ୍ଟା ,ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ସମ୍ମାନିତ ଅତିଥି, ଉପଦେଷ୍ଟା ତଥା ଅନୁଗୋଳ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବସ୍ତିଆ,ଉପଦେଷ୍ଟ ତଥା ଶ୍ରମିକ ନେତା ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର , ଯୁବ ନେତା ତଥା ସମାଜସେବୀ ଶ୍ରୀ ଅର୍ଣାଭ ସିଂହ, npeu ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମଙ୍ଗିଲାଲ ସାମଲ, ଓ ଅଯୟ କୁମାର ଦାସ ଓ ସାଧାରଣ ସମ୍ପାଦକ ବୈରାଗୀ ସେଠ ଉପସ୍ଥିତ ଥିଲେ। ସଭାରେ ଅତିଥବୃନ୍ଦ ଶ୍ରମିକ ମାନଙ୍କୁ ଏକତ୍ରିତ ହେବାକୁ ଶ୍ରମିକମାନଙ୍କ ନ୍ୟାର୍ଯ୍ୟପ୍ରାପ୍ୟ କୁ ହାସଲ କରିବାକୁ ଆହ୍ଵାନ ଦେଇ, ଆମେ ସବୁ ପରିସ୍ଥିତିରେ ସବୁ ସମୟରେ ସାଥ ଦେବାକୁ ପ୍ରତଶ୍ରୁତିବଦ୍ଧ ବୋଲି କହିଥିଲେ। ସଭାରେ ସଂଗଠନର ସାଧାରଣ ସମ୍ପାଦକ ରତ୍ନାକର ପରିଡ଼ା ପ୍ଲାଣ୍ଟ ର ସୁରକ୍ଷା ଓ କର୍ମଚାରୀଙ୍କ ହକ ନ୍ୟାର୍ଯ୍ୟ ଦାବୀ କରିବା ସହ ଶ୍ରମିକମାନଙ୍କୁ ଏକଜୋଟ ହୋଇ ଲଢ଼ାଇ କରିବାକୁ ଆହ୍ବାନ କରିଥିଲେ। ସଭା ପରିଚାଳନାରେ ପ୍ରଶାନ୍ତ ବେହେରା, ଗୁରେଦେବ ରାଉତ,ବଳରାମ ପ୍ରଧାନ,ଘନଶ୍ୟାମ ଦାସ , ଲିଟନ୍ ସାହୁ, ଅଜୟ ନାୟକ, ଗନ୍ଧର୍ବ ବିଶ୍ଵାଳ,ଚନ୍ଦ୍ରମଣି ବିଶ୍ଵାଳ, ତ୍ରିନାଥ ସାମଲ , ବିରଞ୍ଚି ପ୍ରଧାନ, ସୁରେଶବେହେରା,ବିଶ୍ଵନାଥ ଗର୍ଣାୟକ୍, ରବିସେଠୀ,ପ୍ରଫୁଲ୍ଲ ବେହେରା,ବିପିନି ନାଥ,ଗଗନ ଦାସ,କିଶୋର ରାଉତ, ଡାକ୍ତର ସାହୁ ଅଶ୍ଵିନୀ ପ୍ରଧାନ,ସମେତ ସଂଗଠନର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ।

Recent Post

Live Cricket Update