Breaking news
ସଡକ ଦୁର୍ଘଟଣାରେ ଜଣେ ମୃତ, ପାଞ୍ଚଜଣ ଗୁରୁତର ଆହତ
କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ 520 ନଂ ଜାତୀୟ ରାଜପଥ ବାସୁଦେବପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗୋଟିଏ ପରିବାରର ଜଣେ ମୃତ, 5 ଜଣ ଗୁରୁତର। ସୂଚନା ଅନୁଯାୟୀ ଦେଓଝର ପଞ୍ଚାୟତ ସିଆଲଯୋଡା ଗ୍ରାମର ଜ୍ୟୋତି ରଞ୍ଜନ ଖିଲାର ନିଜ ପରିବାର ସହ OR09P-8224 ନମ୍ବର ସ୍କର୍ପିଓ ଗାଡିରେ ଘଟଙ୍ଗାଁ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ଘଟଙ୍ଗାଁରୁ ଦର୍ଶନ ସାରି ସନ୍ଧ୍ୟା ସମୟରେ ଘରକୁ ଫେରିବା ବାଟରେ ବାସୁଦେବପୁର ବୈତରଣି ପୋଲ ନିକଟରେ ଏକ ରୋଡ୍ ରୋଲର୍ ସହିତ ଯୋରଦାର ଧକ୍କା ହୋଇଥିଲା। ଫଳରେ ସ୍କର୍ପିଓର ଆଗପଟ ଚୁରମାର ହୋଇଯାଇଥିବା ବେଳେ, ଜ୍ୟୋତି ରଞ୍ଜନଙ୍କ ସ୍ତ୍ରୀ ଅଞ୍ଜଳି ଖିଲାରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଜ୍ୟୋତି ରଞ୍ଜନ ତାଙ୍କର 2 ସନ୍ତାନ, ଶାଶୁ ଓ ମା ଗୁରୁତର ଆହତ ହୋଇଥିଲେ। ଏମାନଙ୍କୁ ପ୍ରଥମେ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ପରେ 4 ଜଣଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଉଥିଲା
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ