ଢେଙ୍କାନାଳ ବଣସିଂହଠାରେ ଅନନ୍ତ ଆଶ୍ରମ ୬୬ ତମ ବ୍ରହ୍ମଯଜ୍ଞ ପାଳିତ
ଢେଙ୍କାନାଳ ( ୨ / ୨ ) – ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୩ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ କରି କରି ସାଧାରଣ ଲୋକମାନଙ୍କୁ ଛୁଆଁ ଅଛୁଆଁ ଭେଦଭାବ ଏବଂ ମଦ ହଟାଇବା ପାଇଁ ସଚେତନ କରାଇଥିଲେ । ସଂଧ୍ୟା ୬ ଟାରେ ପଂଚରଂଗୀ ପତକା ଉତୋଳନ ପରେ ବାର୍ଷିକ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଥିଲା । ଏହି ବ୍ରହ୍ମଯଜ୍ଞରେ ମୁଖ୍ୟ ପୁରୋଧା ଭାବେ କାମାକ୍ଷା ପ୍ରସାଦ ହୋତା କାର୍ଯ୍ୟ ସଂପାଦନ କରିଥିବାବେଳେ ଏଥିରେ ତାଙ୍କୁ ଚକ୍ରଧର ଷଣ୍ଢ , ସୁକାନ୍ତ ନାଏକ , ଦଣ୍ଡଧର ଦେହୁରୀ , ଉଦ୍ଧବ ସାହୁ ଏବଂ ଛାୟାକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ସଂଧ୍ୟା ୭ ଟାରେ ରାଜ୍ୟ ଉପଦେଷ୍ଟା ଇଂ . ଦେବାଶିଷ ହୋତାଙ୍କ ପୌରହିତ୍ୟରେ ସମିତିର ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ଡାକ୍ତର ମହେଶ୍ଵର ସ୍ଵାଇଁ , ରାଜ୍ୟ ଉପ – ସଭାପତି ସୁରେଶ ଚନ୍ଦ୍ର ସାହୁ , ନୀଳମଣି ବେହେରା , ବସନ୍ତ ମଲ୍ଲିକ , ଚନ୍ଦ୍ରମଣୀ ବାରିକ ଓ ଗୋପାଳ ଚନ୍ଦ୍ର ସ୍ବାଇଁ , ରାଜ୍ୟ ସଂପାଦକ କାଳନ୍ଦୀ ଚରଣ ବେହେରା , ରାଜ୍ୟ କୋଷାଧ୍ୟକ୍ଷ ଅଶୋକ ମାଝି , ମୁଖ୍ୟ ଗୁରୁଗାଦୀ ପରିଚାଳକ ଟୁଲୁ ପଣ୍ଡା ଓ ବଂଶୀଧର ବେହେରା , ରାଜ୍ୟ କୋର୍ କମିଟି ସଦସ୍ୟ ରଂଜନ କୁମାର ଲେଙ୍କା , ଗଜେନ୍ଦ୍ର ପରିଡା , ଗଗନ ବେହେରା , ପୁରୁଷୋତମ ପଧାନ , ମିଥୁନ୍ ମାଝି , ମହେନ୍ଦ୍ର ଶତପଥି , ଏବଂ ଗୌରାଙ୍ଗ ବେହେରା ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ରାତିସାରା ଗୁରୁନାମ ଓ ଭଜନ କୀର୍ତନ ମୁଖ୍ୟ ଗୁରୁଗାଦୀର ବାତାବରଣକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲା । ଏଥିରେ ବଣସିଂହ , ଭୂଇଁପୁର , ମାଧବୋଲୁଅ , ତାଳବରକୋଟ , ବାଲୁଗାଁ , ସାଙ୍କୁଲେଇ , ଚୌଦ୍ଵାର ଚାଙ୍ଗୁଡିଆ , ଯାଜପୁର କନ୍ତରା , ଚାରବାଟିଆ , ସିଆ , କୋଲାସିଂ , ବ୍ରାହ୍ମଣବସ୍ତ , ଷଠିଲ ଆଠଗଡ , କୋରିଆଁ ଏବଂ କଙ୍କଡାହାଡ କୀର୍ତନ ମଣ୍ଡଳୀଗୁଡିକର ଗୁରୁଭାଇଭଉଣୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଗୁରୁଭାଇମାନେ ଉପସ୍ଥିତ ଗୁରୁଭାଇଭଉଣୀମାନଙ୍କୁ ଜୀବ – ପରମ ତତ୍ଵସମ୍ବନ୍ଧରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଦ୍ବିପ୍ରହରରୁ ଅର୍ଦ୍ଧରାତ୍ର ଯାଏଁ ସାରା ଓଡିଶାର ଗୁରୁଭାଇଭଉଣୀ ମେଳାରେ ପହଂଚି ପ୍ରସାଦ ସେବନ କରିବା ସହିତ ଉପରୋକ୍ତ କାର୍ଯ୍ୟକ୍ରମଗୁଡିକ ଯୋଗୁଁ ଆତ୍ମବିଭୋର ହୋଇପଡିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ , ମହାତ୍ମା ଗାନ୍ଧୀଙ୍କର ସର୍ବୋଦୟ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ସଦ୍ଗୁରୁ ସତ୍ୟବାଦୀ ସତପଥୀ ଏହି ଆଶ୍ରମ ପ୍ରତିଷ୍ଠା କରି ଛୁଆଁ ଅଛୁଆଁ ଭେଦଭାବ ହଟାଇବା ପାଇଁ ଲାଗି ପଡିବାରୁ ଅନେକ ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାକୁ ଭୃକ୍ଷେପ ନ କରି ସେ ରାଜ୍ୟ ସାରା ୨୨୦ ଶାଖା ଆଶ୍ରମ ପ୍ରତିଷ୍ଠା କରି ୭୫ ହଜାର ଶିଷ୍ୟଶିଷ୍ୟଙ୍କୁ ଅଣାକାର ବ୍ରହ୍ମ ସ୍ଵରୂପଙ୍କ ଦୀକ୍ଷା ଦେଇପାରିଥିଲେ । ଳ ଛ ଦେବ ( କାଳନ୍ଦୀ ଚରଣ ବେହେରା ) ୯୯୩୮୮୯୩୪୧୫ ରାଜ୍ୟ ସଂପାଦକ – ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତି
