ନ୍ୟୁ ଇଣ୍ଡିଆ ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ୱାର୍ଡ ସଭ୍ୟ / ସଭ୍ୟା ଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର
ଢେଙ୍କାନାଳ ଜିଲ୍ଲା ଅଗ୍ରଣୀ ସ୍ଵଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ଆନୁକୁଲ୍ୟରେ ଏବଂ ରାଜ୍ୟ ପଞ୍ଚାୟତରାଜ ବିଭାଗ ସହାୟତାରେ କଙ୍କଡାହାଡ ବ୍ଲକ , କଙ୍କଡାହାଡ ବହୁମୁଖ୍ ଆଶ୍ରୟ ଶୂଳୀ ପରିସରରେ ମରୁଆବିଲି , ରାଇବୋଲ ବିରାଶାଳ ଗ୍ରାମ ପଞ୍ଚାୟତରେ 40 ଜଣ ୱାର୍ଡ ସଭ୍ୟ / ସଭ୍ୟା ମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଅଛି ।ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଦୁର୍ଗା ଚରଣ ମୁର୍ମୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଫଟୋରେ ପୁଷ୍ପ ମାଳ ପ୍ରଦାନ ପୁର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥ୍ ଭାବରେ ସମାଜସେବୀ ରମେଶ ମିଶ୍ର ସରପଞ୍ଚ କଙ୍କଡାହାଡ , ବିମଳସାହୁ ସରପଞ୍ଚ ମରୁଆବିଲି , ବୈଜୟନ୍ତିମାଳା ରାଉତ ସରପଞ୍ଚ କରଗଳା , ତାପସ ପାଣି ପୂର୍ବତନ ବ୍ଲକ ଅଦକ୍ଷ କଙ୍କଡାହାଡ କାର୍ମୀକ ସାହୁ , ଜିପିଓ କଙ୍କଡାହାଡ ସୁରେସ ଚନ୍ଦ୍ର ପଣ୍ଡା ଏବଂ ପ୍ରଶିକ୍ଷକ ଭାବେ ଏସ ଆଇ ଆରଡି ଶ୍ରୀକୃତି ପ୍ରାପ୍ତ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରଳୟ କୁମାର ଦାଶ , ଜିତେନ୍ଦ୍ର ପାଣି ଯୋଗଦେଇ ଭଦଘାଟିତ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥ୍ ସଜ୍ଜାନିତ ଅତିଥ୍ ମାନେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଗ୍ରା.ପ ର କାର୍ଯ୍ୟ ଛାଡ ସଭ୍ୟ / ସଭ୍ୟାଙ୍କର କାର୍ଯ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ ।ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସେବା ଯୋଗାଇ ଦେଇ ସମାଜ ସେବା କ୍ଷେତ୍ରତେ ନିଜକୁ ନିୟୋଜିତ କରାଇପାରିଲେ ପ୍ରଶିକ୍ଷଣ ଶିବିରର ଲକ୍ଷ ଉଦେଶ୍ୟ ପୁରଣ ହୋଇପାରିବ । 5 ଟି ମୋ ସରକାର ଗ୍ରାମର କାର୍ଯ୍ୟ , ପରିଚାଳନା ଏବଂ ସମ୍ବଳ ବୃଦ୍ଧି , ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ବିଭାଗ ଯୋଯନା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ର ଭୁମିକା ଓ ଚିରସ୍ଥାୟୀ ବିକାଶ ଉପରେ ଗୁତ୍ବ ଆଲୋଚନା କରିଥିଲେ | ଉକ୍ତ ଉଦଘାଟନ ଉତ୍ସବକୁ ନ୍ୟୁ ଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ପରିଚାଳନା କରିଥିଲେ ଏବଂ ସୁଚନା ଦେଇଥିଲେ ।ୱାର୍ଡ ସଭ୍ୟ / ସଭ୍ୟା କଙ୍କଡାହାଡ ବ୍ଲକର 2 ଟା ଗ୍ରା.ପ ରୁ 266 ଜଣ ପ୍ରଶିକ୍ଷଣ ନେବେ ଏହା 01.02.2023 ଠାରୁ 21.02.2023 ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟକ ବ୍ୟାଚ ରେ 40 ଜଣ ସଭ୍ୟ / ସଭ୍ୟା ତିନିଦିନ ପ୍ରଶିକ୍ଷଣ ଗ୍ରହଣ କରିବେ ଏବଂ ଉନ୍ନତି ମୁଳକ କାର୍ଯ୍ୟରେ କ୍ଷେତ୍ର ପରିଦର୍ଶନ କରିବେ ।