Search
Close this search box.

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଶାନ୍ତି ଶୃଙ୍ଖଳା ରକ୍ଷାକରି ଉତ୍ସବରେ ସାମିଲ ହେବାକୁ ପରାମର୍ଶ

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଶାନ୍ତି ଶୃଙ୍ଖଳା ରକ୍ଷାକରି ଉତ୍ସବରେ ସାମିଲ ହେବାକୁ ପରାମର୍ଶ


ଢେଙ୍କାନାଳ , ତା ୦୨ , ୦୨ , ୨୦୨୩ – ଶାନ୍ତି ଶୃଙ୍ଖଳା ରକ୍ଷା କରି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳାରେ ଜିଲ୍ଲା ତଥା ରାଜ୍ୟବାସୀ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ସଦର ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯୋରନ୍ଦା ଠାରେ ଉଭୟ ବକଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ସହିତ ଶୃଙ୍ଖଳିତ ମେଳା ଆୟୋଜନ ସମ୍ପର୍କରେ ଆଲୋଚନା କରିଛନ୍ତି । ମେଳାକୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖ୍ ଯାନବାହାନ ଚଳାଚଳକୁ କିପରି ଅଧିକ ବ୍ୟବସ୍ଥିତ କରାଯାଇ ପାରିବ ସେ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ପୋଲିସ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ ଶୂନ୍ୟମନ୍ଦିର , ଜ୍ୟୋତିମନ୍ଦିର ଏବଂ ଚତୁର୍ପାର୍ଶ୍ଵ ପରିଦର୍ଶନ କରି ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ବିଶ୍ବ ପ୍ରସିଦ୍ଧ ସନାତନ ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସମସ୍ତ ସାଧୁ ସନ୍ୟାସୀ ଏବଂ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାର୍ମିକ ପରିବେଶ ସୃଷ୍ଟିରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Recent Post

Live Cricket Update

× How can I help you?