ତାହା ପୁଣି ଏକ ଭଗବାନ ସଦୃଶ୍ୟ ଡାକ୍ତର ବାବୁଙ୍କ ଠାରୁ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ଥ ବଅଁରପାଳ କମ୍ୟୁନିଟି ହେଲଥ୍ ସେଣ୍ଟର୍ ଆଜି ଏକ ରୋଗୀ ଓ ପରିବାର ଲୋକେ ଅଭଦ୍ରାମି ଶିକାର ହୋଇଥିବା ଅଭିଯୋଗ ହୋଇଛି। ରୋଗୀ ଜଣଙ୍କ ହେଲେ ବଅଁରପାଳ ବ୍ଲକ୍ ର ବନ୍ଦା ଗ୍ରାମ ପଞ୍ଚାୟତ ର କୁଶମଗାଡ଼ିଆ ର ସେବତୀ ବିଶ୍ଵାଳ ୬୦ ବର୍ଷର ମହିଳା। ରୋଗୀ ପରିବାରବର୍ଗ ଙ୍କ ସୂଚନା ମୁତାବକ ଆଜି ଦେହରେ କୌଣସି ପ୍ରକାର ଏଲ୍ଲାରଜି ହେବା ଦ୍ଵାରା ଦେହହାତ କୁଣ୍ଡାଇ ହୋଇଥିଲା। ଯାହାଦ୍ୱାରା ସେ ଆସି ବଅଁରପାଳ ମେଡିକାଲ ପହଞ୍ଚି ଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ସେତେବେଳକୁ ସମୟ ୧୨ଟା ୧୫ ମିନିଟ ହୋଇଯାଇଥିଲା ଓ ମେଡିକାଲ୍ ର ଆଉଟ ଡୋର ର ସମୟ ବିତିଯାଇଥିଲା। ଡାକ୍ତରଙ୍କୁ ଅନୁରୋଧ କରିଥିଲେ କି ତାର ଦେହ କୁଣ୍ଡାଇ ହୋଇଯାଉଛି। ସେଠାରେ ଡାକ୍ତର୍ ରୋଗୀକୁ ପାଠ ପଢାଇଲେ କି ଆଉଟଡୋର ସମୟ କଟି ଯାଇଚି ଏବେ ହେବ ନାହିଁ ୩ଟା ପରେ ଆସ। ଏହା ପରେ ରୋଗୀ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ଜୀବିତ ଠାକୁର ଶୁଣିଲେ ନାହିଁ।ପରବର୍ତ୍ତୀ ସମୟରେ ଗ୍ରାମର ସମାଜସେବୀ ତଥା ବ୍ଲକ୍ କଂଗ୍ରେସ ଯୁବ ସଭାପତି ରାକେଶ ବେହେରା ଆସି ରୋଗୀକୁ ଡାକ୍ତର ବାବୁ ଙ୍କୁ ନେହୁରା ହୋଇଥିଲେ। କିନ୍ତୁ ଡାକ୍ତର ବାବୁ ଜିଦ୍ ରେ ଅଟଳ ରହି ଯୁକ୍ତି ଆରମ୍ଭ ହୋଇଥିଲା ଯୁକ୍ତି ଏହିପରି ହୋଇଥିଲା କି ଡାକ୍ତର ବାବୁ ରୋଗୀ ଓ ପରିବାରବର୍ଗ ଙ୍କ ପ୍ରତି ବ୍ୟବହାର ଭୁଲିଗଲେ। ଶେଷରେ ବଅଁରପାଳ ଥାନା ଘଟଣାସ୍ଥଳରେ ପହଞ୍ଚି ରୋଗୀ ଓ ସମାଜସେବୀ ଙ୍କୁ ବୁଝାସୁଝା କରି ଛାଡିଥିଲେ।