ଶ୍ରୀଶ୍ରୀ ଷଢଭୂଜ ଗୌରାଙ୍ଗ ମହାପ୍ରଭୁଙ୍କର ଅହୋରାତ୍ର ନାମଯଜ୍ଞ
ଢେଙ୍କାନାଳ , ତା.୦୩.୦୨.୨୦୨୩ରିଖ – ଅଦ୍ୟ କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅହୋରାତ୍ର ନାମ ସଂକୀର୍ତନ ଢେଙ୍କାନାଳ ସହରସ୍ଥିତ ଆନନ୍ଦବଜାର ହୀରାସାଗର ପୋଖରୀ ଦକ୍ଷିଣ ପଟ ହୁଡାର ଶ୍ରୀ ଶ୍ରୀ ଷଢଭୂଜ ଗୌରାଙ୍ଗ ମହାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଅଛି । ସକାଳୁ ମଙ୍ଗଳା ଆଳତୀ , ମହାସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରାଯାଇ ବିଭିନ୍ନ ଫୁଲପୁଷ୍ପରେ ଆବରଣ କରାଯାଇଥିଲା । ଅଧିବାସ ପରେ ଅଖଣ୍ଡ ଦ୍ବୀପ ସ୍ଥାପନ କରାଯାଇ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଠାରେ ସଂଧ୍ୟାରେ ୧୦୮ ଆଳତୀ ପ୍ରଦାନ ଓ ଭୋଗ ଲାଗି କରାଯାଇଥିଲା । ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ସହିତ ଅପରାହ୍ନ ୩ ଘଟିକାରେ ପ୍ରସାଦସେବନର ବ୍ୟବସ୍ଥା ରହିଛି । ମନ୍ଦିରର ମୁଖ୍ୟ ସୁଲୋଚନା ସାହୁଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ପୁରୋଧା ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟକୁ ସଂପନ୍ନ କରୁଛନ୍ତି । ଆଖପାଖ ଅଂଚଳର ବହୁ ଭକ୍ତ ସମାଗମରେ ଏହି ନାମସଂକୀର୍ତନ ଉତ୍ସବ ମୁଖର ହୋଇଉଠିଛି । |
