ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଢେଙ୍କାନାଳ , ୪/୨ : ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନ୍ତନା ମିଶ୍ର ଏବଂ ସମ୍ମାନିତ ଅତିଥ୍ ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଡ . ସୁସଂଧ୍ୟା ମହାନ୍ତି ଯୋଗଦେଇଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଏହାଛଡା ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଜ୍ୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ବିବରଣୀ ପାଠ କରିଥିଲେ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କନ୍ୟାକୁମାରୀ ଭୁତିଆ , ସୁଲୋଚନା ଭୂତିଆ , ପ୍ରଣତି ପତି , ଉପାସନା ନାଥଶର୍ମା , ମାମାଲି ମିଶ୍ର , ପ୍ରଶାନ୍ତ ସାହୁ , ରଶ୍ମିତା ସାହୁ , ବବିତା ସାହୁ , ରାନୁ ଦାଶ , ଜୟନ୍ତୀ ବେହେରା , ଜୟନ୍ତୀ ରଥ , ମଂଚ ପରିଚାଳନା ଓ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟରେ ସିଆର୍ସିସି ସଂଯୁକ୍ତା ହୋତା ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।