ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ଗିରଫ ଦାବିରେ ବିଜେପି ର ସାମ୍ବାଦିକ ସମ୍ମିଳନୀ |
ଜଗତସିଂହପୁର
ତା =5/2/23
ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ପ୍ରେମିକା ସୋମାଲିକା ଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଦୁଷ୍କର୍ମ କରିବା, ବାରମ୍ବାର ଗର୍ଭନଷ୍ଟ କରିବା, ଏବଂ ପରବର୍ତୀ ସମୟରେ ହତ୍ୟା ଧମକ ଦେବା ଭଳି ଜଘନ୍ୟ ଅପରାଧ ରେ ଜଡିତ ଥିବାରୁ ତାଙ୍କ ବିରୋଧ ରେ ପୋଲିସ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ନୈତିକତା ଦୃଷ୍ଟି ରୁ ବିଧାୟକ ନିଜ ପଦବୀରୁ ଇସ୍ତପା ଦିଅନ୍ତୁ ବୋଲି ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ଜ଼ିଲ୍ଲା ବିଜେପି ଉପ ସଭାପତି ଶିବବ୍ରତ ଦାସ,ମୁଖପତ୍ର ଗଣେଶ୍ୱର ମହାନ୍ତି, ସମ୍ପାଦକ ଜଗନ୍ନାଥ ଦାସ ପ୍ରମୁଖ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
