ଖଇରପଦର ସାପୁଆ ପଡ଼ାବାସୀ ଦେଶାନ୍ତର
ଗୋଳାମୁଣ୍ଡା ତା ୫/୨
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଞ୍ଚାୟତର ଖଇର ପଦରର ସାପୁଆ ପଡ଼ାବାସୀ ଅଭାବ ଅସୁବିଧା ହେତୁ ଦେଶାନ୍ତର ହୋଇଥିବା ଜଣାପଡିଛି । ଦୀର୍ଘଦିନ ଧରି ଦଶ ପରିବାର ସେଠାରେ ରହି ଆସୁଥିଲେ । ସରକାରଙ୍କ ଜରିଆରେ ଆଧାର କାର୍ଡ, ଭୋଟ କାର୍ଡ ହୋଇଥିବା ବେଳେ ଖାଉଟି ବିଭାଗ ଜରିଆରେ ଚାଉଳ ୫ କିଗ୍ରା ମିଳୁଥିବା କୁହାଯାଇଛି । ଦଶ ପରିବାର ଚାଲ ଛପର କୁଡ଼ିଆରେ ରହି ଜୀବନ ବିତାଉଥିବା ବେଳେ ଭୂମିହୀନ ଅବସ୍ଥାରେ ଏ ଦୁନିଆରେ ବଞ୍ଚିବା କଷ୍ଟ ସାଧ୍ୟ ହୋଇପଡ଼ିଛି । ତାଙ୍କ ପାଇଁ ଘର ଖଣ୍ଡେ ତିଆରି କରିବାକୁ ସରକାରଙ୍କ ପକ୍ଷରୁ ଘର ଡିହ ଖଣ୍ଡେ ନାହିଁ ଏ ନେଇ ସାପୁଆ ପଡ଼ାବାସୀ ଉଦବେଗ ପ୍ରକାଶ କରି ଦେଶାନ୍ତର ହୋଇଥିବା କଥା ପ୍ରକାଶ କରିଛନ୍ତି । ପାନୀୟ ଜଳ ଅଭାବକୁ ଦୃଷ୍ଟିରେ ରଖି ସାପୁଆପଡା ପାଇଁ କିଛି ଦିନ ତଳେ ପଞ୍ଚାୟତ ଜରିଆରେ ନଳକୂପ ମଧ୍ୟ ଖନନ କରାଯାଇଛି । ବର୍ତ୍ତମାନର ତୁହାକୁ ତୁହା ଦରଦାମ ବୃଦ୍ଧିକୁ ନେଇ ୫ କିଗ୍ରା ଚାଉଳରେ ନିଜ ପରିବାରକୁ ପ୍ରତିପୋଷଣ କରିବା ଅସମର୍ଥ ହେବାରୁ ସାପୁଆ ପଡା ବାସୀ ଦେଶାନ୍ତର ହୋଇଥିବା କହିଛନ୍ତି । ଯେତେବେଳେ ନିଜର ଭିଟାମାଟି ଛାଡି ଯିବା ବେଳକୁ ଫରଙ୍ଗ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇ ଦାଦନ ଖଟିବାକୁ ଆସିଥିବା କଥା ଫୋନ ଯୋଗେ ପ୍ରକାଶ କରିଥିଲେ ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନସେଠିଆ ଙ୍କ news ଜାଗ୍ରତ ଭାରତ ରିପୋଟର