“ସମନ୍ବୟ” ପକ୍ଷରୁ ଚଳିତ ବର୍ଷର ବନ୍ଧୁମିଳନ ଉତ୍ସବ
———————————-କଟକତା୦୫.୦୨.୨୦୨୩ରିଖ – ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ କଟକ ଗଡଗଡିଆ ପଡ଼ିଆସ୍ଥ “କଟକ-ଇନ-କଟକ” ଠାରେ ଚଳିତ ବର୍ଷର ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ସମସ୍ତ ଗଣମାଧ୍ୟମ ଓ ସାରସ୍ଵତ ସାଧକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ। ସମନ୍ବୟର ସଭାପତି ସାହିତ୍ୟିକ ଦୁଃଖି ଶ୍ୟାମ ଦାସ ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ବନ୍ଧୁମିଳନ ଏକ ସୈହାଦ୍ୟପୂର୍ଣ୍ଣ ଭାବ ପ୍ରତିଷ୍ଠାର ଦ୍ୟୋତକ । ଅନୁଷ୍ଠାନର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶା ହାଇକୋର୍ଟର ସିନିୟର୍ ଆଡଭୋକେଟ ଶ୍ରୀ ସନାତନ ଦାସ ଆଲୋଚକ ଭାବେ ଯୋଗଦାନ କରି ଯଶସ୍ଵୀ ବିଚାରପତି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତିଙ୍କୁ ଜଣେ ବିଚକ୍ଷଣ ଆଇନ ବିଶାରଦ ତଥା ବୁଦ୍ଧିଜୀବୀ ଭାବେ ଚିତ୍ରଣ କରିଥିଲେ। ଏଥିସହିତ ତାଙ୍କର ଜନହିତୈଷୀ ଜଜମେଣ୍ଟ ପ୍ରସଙ୍ଗରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜଣେ ସଫଳ ବିଚାରପତି ଭାବେ ସେ ଭାରତବର୍ଷରେ ଅନେକ ରାଜ୍ୟର ଅଦାଲତରେ କାର୍ଯ୍ୟନିର୍ବାହ କରି ଅବସର ନେଇଥିବା ପ୍ରସଙ୍ଗରେ ଆଲୋକପାତ କରିଥିଲେ। ଅନ୍ୟତମ ଆଲୋଚକ ଅଧ୍ୟାପକ ଅଶୋକ କୁମାର ବାରିକ ପ୍ରାଧ୍ୟାପକ ଦୁର୍ଗା ପ୍ରସନ୍ନ ନନ୍ଦଙ୍କ ସାରସ୍ଵତ କୃତି ଉପରେ ଆଲୋକପାତ କରି କହିଲେ ଯେ ଓଡ଼ିଆ ସାହିତ୍ୟର ସେ ଜଣେ ଯଶସ୍ଵୀ ପ୍ରତିଭାଧର ବ୍ୟକ୍ତିତ୍ବ। ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପନା କରି ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି। ଶେଷରେ କଲେଜ ଅଧ୍ୟକ୍ଷ ପଦବୀରେ ଅଧିରୂଢହୋଇ ସଫଳତାର ସହ ଅବସର ଗ୍ରହଣ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ଆଡଭୋକେଟ କବୀର କୁମାର ଜେନା, ଆଲୋକ କୁମାର ପଣ୍ଡା, ସରୋଜ କୁମାର ସାହୁ, ସୁମିତ୍ରା ମହାନ୍ତି, ସନ୍ତୋଷ କୁମାର ଦାସ, ଅଜୟ କୁମାର ସେନାପତି, ସୁଭାଶିଷ୍ ନାୟକ, ଅଶୋକ କୁମାର ଦଳାଇ, ନରେନ୍ଦ୍ର କୁମାର ସାହୁ, ଗୈାରୀ ଶଙ୍କର ନନ୍ଦ,କମଲ ଅଗ୍ରୱାଲ , ଅଜେୟ କୁମାର ସେନାପତି,ବିମଳ କାନ୍ତ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବନ୍ଧୁମିଳନ ଉତ୍ସବର ଭୂୟସୀ ପ୍ରଶଂସା କରିଥିଲେ। ବିଚାରପତି ଶ୍ରୀ ମହାନ୍ତି ଓ ଅଧ୍ୟକ୍ଷ ଶ୍ରୀ ନନ୍ଦ ଉତ୍କଳ ଜନନୀର ଉଭୟ କୃତି ସନ୍ତାନ ଦ୍ବୟ ସମନ୍ବୟ ପରିବାର ଏପରି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ସଂଗଠନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। କବି ଆଡଭୋକେଟ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ସ୍ବରଚିତ କବିତା ପାଠ କରିଥିଲେ ଆଶୁତୋଷ ଦାସ, ସସ୍ମିତା ଜେନା, ନିବାସ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ନାୟକ, ଚେତନା ପ୍ରିୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଗାୟତ୍ରୀ ଷଡ଼ଙ୍ଗୀ, ସୀମା ମହାନ୍ତି,ମାମା ମହାନ୍ତି ପ୍ରମୁଖ କବି ବୃନ୍ଦ। ଜନ୍ମ ତିଥି ଉପଲକ୍ଷେ ପ୍ରାଧ୍ୟାପକ ଦୁର୍ଗା ପ୍ରସନ୍ନ ନନ୍ଦ ଓ ଇଂ ଅବିନାଶ ପରିଡ଼ାଙ୍କୁ ସମ୍ବର୍ଧନା କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ