ଓଡ଼ିଶା ଜଳସମ୍ପଦ ବିଭାଗର ଅସ୍ଥାୟୀ ଓ ଛଟେଇ କର୍ମଚାରୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

ଓଡ଼ିଶା ଜଳସମ୍ପଦ ବିଭାଗର ଅସ୍ଥାୟୀ ଓ ଛଟେଇ କର୍ମଚାରୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା ୫୮୨ : କର୍ମଚାରୀ ଭବନ, ୟୁନିଟ୍-୫ ଠାରେ ଓଡ଼ିଶା ଜଳସମ୍ପଦ ବିଭାଗର ଅସ୍ଥାୟୀ ଓ
ଛଟେଇ କର୍ମଚାରୀମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ତା ୧୨.୪.୧୯୯୩ରିଖ
ପରଠାରୁ ଅସ୍ଥାୟୀ ଭାବେ କାମ କରିଆସୁଥିବା କର୍ମଚାରୀମାନଙ୍କୁ ସରକାର ବିନା କୌଣସି ନୋଟିସ୍‌ରେ ୨୦୦୩
ମସିହାରେ ଛଟେଇ କରିଛନ୍ତି ଏବଂ ସେତିକିବେଳେ ଯଦି ଭବିଷ୍ୟତରେ ଦରକାର ପଡ଼େ ଆପଣମାନଙ୍କୁ ପୁନଃ
ନିଯୁକ୍ତି ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ । ଛଟେଇ ହୋଇଥିବା କର୍ମଚାରୀମାନେ ସେମାନଙ୍କ ନିଯୁକ୍ତି
ପାଇଁ ବାରମ୍ବାର ସରକାରଙ୍କୁ ଦାବିପତ୍ର ଦେଇଆସୁଥିଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରୁନାହାଁନ୍ତି ଏବଂ
ଅନ୍ୟପଟେ ଆଉଟ୍ ସୋସିଂ ମାଧ୍ୟମରେ କର୍ମଚାରୀମାନଙ୍କୁ ଆବଶ୍ୟକସ୍ଥଳେ କାମରେ ଲଗାଉଛନ୍ତି । ଏହିପରି
ଭାବେ ସାରା ରାଜ୍ୟରେ ୩ ହଜାରରୁ ଅଧିକ ଅସ୍ଥାୟୀ ଓ ଛଟେଇ କର୍ମଚାରୀମାନେ ସରକାରଙ୍କର ଏହି ନିଷ୍ପଭି
ବିରୁଦ୍ଧରେ ଦୃଢ ଆପତ୍ତି ଉଠାଇବା ସହ ସେମାନଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି ଏବଂ ସରକାର ଯଦି
ସେମାନଙ୍କ ଦାବି ପ୍ରତି ଅଣଦେଖା କରନ୍ତି, ତେବେ ଆଗାମୀ ମାର୍ଚ୍ଚ ମାସ ୩ ତାରିଖ ଦିନ ସଂଘ ରାଜରାସ୍ତାକୁ
ଓହ୍ଲାଇବା ସହ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟ ତଥା ଇ.ଆଇ.ସି. ଅଫିସ୍ ସେଚ ସଦନ ସମ୍ମୁଖରେ ଧାରଣାରେ
ବସିବେ ଏବଂ ଆନ୍ଦୋଳନପନ୍ଥାକୁ ଗ୍ରହଣ କରିବେ ବୋଲି ଚେତାବନି ଦେଇଛନ୍ତି । ସରକାର ୨୦୦୩ରେ ସବୁ
ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କଲାପରେ ସେମାନଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ଆବଶ୍ୟକ ବେଳେ ପୁନଃ
ନିଯୁକ୍ତି ଦେବାପାଇଁ ଏବଂ ସେ ସବୁ ଭୁଲି ଆଉଟ୍ ସୋସିଂ କର୍ମଚାରୀମାନଙ୍କ ମାଧ୍ୟମରେ କାମ କରୁଥିବାରୁ ସଂଘ
ତରଫରୁ ଘୋର ଅସନ୍ତୋଷ ପ୍ରକାଶ କରାଯାଇଛି । ତିନୋଟି ଦାବି ସଂଘ ତରଫରୁ ସରକାରଙ୍କ ପାଖରେ ବାରମ୍ବାର
ଉପସ୍ଥାପନ କରାଯାଇ ଆସୁଅଛି । ସେଗୁଡ଼ିକ ହେଲା – (୧) ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା
( ୨) ସବୁ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା (୩) ସବୁ କର୍ମଚାରୀମାନଙ୍କୁ ସମାନ କାମକୁ ସମାନ
ଦରମା ଦେବା ଏହି ତିନୋଟି ଦାବି ବାରମ୍ବାର ଗୁହାରୀ ସତ୍ତ୍ଵେ ସରକାର ଯଦି ଆଗାମୀ ଦିନରେ ସୁବିଚାର ନ
କରନ୍ତି, ତେବେ ବାଧ୍ୟ ହୋଇ ମାର୍ଚ୍ଚ ୩ ତାରିଖ ଦିନ ଆନ୍ଦୋଳନପନ୍ଥା ଆପଣେଇବାକୁ ସଂଘର ସଭାପତି ଶ୍ରୀ
ସୁରେନ୍ଦ୍ରନାଥ ସ୍ଵାଇଁ ଗଣମାଧ୍ୟମକୁ କହିଛନ୍ତି । ଏଇଟା ଆମ ପେଟପାଟଣା କଥା । ଆମ ଘର ପରିବାର ପ୍ରତିପୋଷଣ
କରିପାରୁନାହିଁ । ବହୁ ହନ୍ତସନ୍ତ ହେଉଛୁ । ଆମର ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନ ଛଡ଼ା ଅନ୍ୟ କିଛି ବାଟ ନାହିଁ
ବୋଲି ସଂଘର ଉପଦେଷ୍ଟା ସୁଧାଂଶୁ ଶେଖର ପତି । ଆମକୁ ୨୦୦୩ ମସିହାରେ ଛଟେଇ କଲେ, ଆମକୁ କାମ
ନ ଦେଇ କାହିଁକି ଆଉସିଂରୁ ଲୋକ ଆଣୁଛନ୍ତି, ଆମ ଦାବିକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ
କରିବା ସହ ସରକାର ଆମ ଗୁହାରିକୁ ଖାତିର ନ କଲେ ସବୁ ଅସ୍ଥାୟୀ ଛଟେଇ କର୍ମଚାରୀମାନେ ଆନ୍ଦୋଳନରେ
ସାମିଲ୍ ହେବୁ ବୋଲି କହିଛନ୍ତି ସଂଘର ସମ୍ପାଦକ ରତିକାନ୍ତ ପଣ୍ଡା ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Recent Post

Live Cricket Update