ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ
୨୦ ବିଜେତାଙ୍କୁ ୪.୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧୦ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା
ଅନୁଗୁଳ ଓ ଢେଙ୍କାନାଳର ୬ ଜାତୀୟ ସ୍ତରୀୟ ଭଲିବଲ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା – ୧୦ କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ଓ ଭୁବନେଶ୍ଵରର ସାମସଦ୍ ଆରା ବେଗମ ବିଜୟୀ
ପରିବେଶର ସୁରକ୍ଷା ଲାଗି ପ୍ରତି ଧାବକ ପଂଜୀକରଣ ପିଛା ଗୋଟିଏ ଚାରା ରୋପଣ କରିବାକୁ ଟାଟା ଷ୍ଟିଲ୍ ପ୍ରତିବଦ୍ଧ
ଭୁବନେଶ୍ଵର : ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍ – ଏ – ଅନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ , ଢେଙ୍କାନାଳ ସରୋଜ କୁମାର ସେଠୀ , ଆଇଏଏସ , ଢେଙ୍କାନାଳ ଏସ୍ପି ଜ୍ଞାନ ରଂଜନ ମହାପାତ୍ର , ଟାଟା ଷ୍ଟିଲ୍ର ଉପସଭାପତି – କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି ଅପରେସନ୍ସ ସୁବୋଧ ପାଣ୍ଡେଙ୍କ ଭଳି ଅତିଥିଙ୍କ ଦ୍ବାରା ୧୦ କିମି ଓ ୫ କିମି ଦୌଡ଼କୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୫ କିମି ବର୍ଗରେ ଅଂଶଗ୍ରହଣକାରୀମାନେ ପ୍ରତିଦ୍ବନ୍ଦିତା କରିବା ଦେଖିବାକୁ ମିଳିଥିଲା । କଂଗବଣିଆ ସ୍ଥିତ କାରଖାନାର ହାଉସିଂ କଲୋନୀରୁ ଦୌଡ଼ ଆରମ୍ଭ ହୋଇଥିଲା ଏବଂ ତାହା ଏନ୍ଏଚ୍ – ୫୫ ସର୍ଭିସ୍ ରୋଡ୍ ଓ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଆଗକୁ ବଢ଼ିଥିଲା । ୧୦ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ବିଜେତା ହୋଇଥିବା ବେଳେ ୧୦ କିମି ଦୌଡ଼ ମହିଳା ବର୍ଗରେ ସାମସଦ୍ ଆରା ବେଗମ ବିଜୟିନୀ ହୋଇଥିଲେ । ୫ କିମି ବର୍ଗରେ ପୁରୁଷରେ ପ୍ରବୀଣ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ – ୨୦ ବିଜେତାଙ୍କୁ ୪.୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ – ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧୦ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା – ଅନୁଗୁଳ ଓ ଢେଙ୍କାନାଳର ୬ ଜାତୀୟ ସ୍ତରୀୟ ଭଲିବଲ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା – ୧୦ କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ଓ ଭୁବନେଶ୍ଵରର ସାମସଦ୍ ଆରା ବେଗମ ବିଜୟୀ – ପରିବେଶର ସୁରକ୍ଷା ଲାଗି ପ୍ରତି ଧାବକ ପଂଜୀକରଣ ପିଛା ଗୋଟିଏ ଚାରା ରୋପଣ କରିବାକୁ ଟାଟା ଷ୍ଟିଲ୍ ପ୍ରତିବଦ୍ଧ ଭୁବନେଶ୍ଵର : ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍ – ଏ – ଅନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ , ଢେଙ୍କାନାଳ ସରୋଜ କୁମାର ସେଠୀ , ଆଇଏଏସ , ଢେଙ୍କାନାଳ ଏସ୍ପି ଜ୍ଞାନ ରଂଜନ ମହାପାତ୍ର , ଟାଟା ଷ୍ଟିଲ୍ର ଉପସଭାପତି – କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି ଅପରେସନ୍ସ ସୁବୋଧ ପାଣ୍ଡେଙ୍କ ଭଳି ଅତିଥିଙ୍କ ଦ୍ବାରା ୧୦ କିମି ଓ ୫ କିମି ଦୌଡ଼କୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୫ କିମି ବର୍ଗରେ ଅଂଶଗ୍ରହଣକାରୀମାନେ ପ୍ରତିଦ୍ବନ୍ଦିତା କରିବା ଦେଖିବାକୁ ମିଳିଥିଲା । କଂଗବଣିଆ ସ୍ଥିତ କାରଖାନାର ହାଉସିଂ କଲୋନୀରୁ ଦୌଡ଼ ଆରମ୍ଭ ହୋଇଥିଲା ଏବଂ ତାହା ଏନ୍ଏଚ୍ – ୫୫ ସର୍ଭିସ୍ ରୋଡ୍ ଓ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଆଗକୁ ବଢ଼ିଥିଲା । ୧୦ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ବିଜେତା ହୋଇଥିବା ବେଳେ ୧୦ କିମି ଦୌଡ଼ ମହିଳା ବର୍ଗରେ ସାମସଦ୍ ଆରା ବେଗମ ବିଜୟିନୀ ହୋଇଥିଲେ । ୫ କିମି ବର୍ଗରେ ପୁରୁଷରେ ପ୍ରବୀଣ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ ।