ପାଣି ପାଇଁ ନେହୁରା ହେଲେ ଗ୍ରାମବାସୀ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ପନ୍ଦରଭରଣୀଆ ଗ୍ରାମରେ ପାଣି ପାଇଁ ଓଡିଶା ବିଧାନସଭା ଉପବାଚସ୍ପତି ଙ୍କୁ ନେହୁରା ହୋଇଛନ୍ତି । ଆଜି ବିଜୁ ସେତୁ ଯୋଜନାରେ ଏକ ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ ଓ ତାଳଚେର ବିଧାୟକ୍ ବ୍ରଜକିଶୋର ପ୍ରଧାନ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିଲା। ବୁଢ଼ାପଙ୍କ ଗ୍ରାମ ଦେଇ ଶୋଭାଯାତ୍ରା କରି ଯିବା ସମୟରେ ପନ୍ଦରଭରଣୀଆ ଗ୍ରାମ ର ମହିଳା ଓ ପୁରୁଷ ମାନେ ରାସ୍ତା ଅବରୋଧ କରି ପାଣି ପାଇଁ ନେହୁରା ହୋଇଥିଲେ। ସେଠାରେ ଉପବାଚସ୍ପତି ଗ୍ରାମବାସୀଙ୍କୁ ଜଣାଇଥିଲେ କି ଯଥାଶୀଘ୍ର ଜିଲ୍ଲା ରେ ମେଘା ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଛି ଓ ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁ କୁ ନଜରରେ ରଖି ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ ଗ୍ରାମକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କୁ ତ୍ୱରାନିତ କରାଯାଇଛି। ଏହି ଖବର୍ ଜାଣିପାରି ଖୁସି ହୋଇ ଗ୍ରାମବାସୀ ରାସ୍ତା ଅବରୋଧ ରୁ ହଟିଥିଲେ।
