ଭୋଟପଡା ଗ୍ରାମରେ ୬୯ତମ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଉଦଯାପିତ

ଭୋଟପଡା ଗ୍ରାମରେ ୬୯ତମ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଉଦଯାପିତ

ଭୁବନେଶ୍ବର ତା୬.୨ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଭୋଟପଡା ଗ୍ରାମରେ ଦୁଇଦିନିଆ ତ୍ରିନାଥ ମାଘମେଳା ଅବସରରେ ଚଳିତ ଫେବୃଆରୀ ୫ଓ ୬ତାରିଖ ଦୁଇଦିନ ଵ୍ୟାପୀ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗାୟକ ରଘୁନାଥ ଭୋଇ,ପୂରଣ, ମୋହନ ଭୋଇ ଗାଡ଼କଣ,ଭାସ୍କର ଭୋଇ,ଉରାଡ଼ ଓ ହୃଷୀକେଶ ଭୋଇ,ପଳାସପୁର ଓ ସାଥୀମାନେ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ପରିବେଷଣ କରିବା ସହ ପ୍ରତିଦ୍ୱନ୍ଦୀ ଭଜନ ଦଳକୁ ପ୍ରଶ୍ନ ଓ ତର୍କ ପଚାରିଥିଲେ ଓ ପ୍ରତିପକ୍ଷ ଗାୟକ ତାହାର ଉତ୍ତର ପ୍ରଦାନ କରିଥିଲେ।ଦୁଇଦିନ ଵ୍ୟାପୀ ଏହି କାର୍ଯ୍ୟକ୍ରମ ଏକ ଅମ୍ଳାନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।ଏହି କାର୍ଯ୍ୟକ୍ରମରେ ବିଚାରକଭାବେ ବ୍ରହ୍ମଜ୍ଞାନ ଭଜନ ବିଶାରଦ ଅଜିତ ଭୋଇ ବିଚାରକଭାବେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ବହୁ ଗ୍ରାମ ମୁରବୀ,ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇ ଏହି ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜେଇଦେଇ ଅପୂର୍ବ ଆନନ୍ଦ ଉପଭୋଗ କରିଥିଲେ।ଉଦଯାପନ ସନ୍ଧ୍ୟାରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ସଂସ୍କୃତି ସେବକ ଲଷ୍ମୀଧର ବେହେରା ମୁଖ୍ୟ ଅତିଥି,ପୂର୍ବତନ କର୍ପୋରେଟର ଶ୍ରୀମତୀ ପ୍ରଣତି ନାୟକ,ସମ୍ମାନିତ ଅତିଥି,ଯୁବନେତା ଦାଶରଥି ନାୟକ,କାଳନ୍ଦୀ ନାୟକ,ଜଳନ୍ଧର ନାୟକ,ମହେଶ୍ବର ବେହେରା, ଜୟୀରାମ ବେହେରା, ମାନସ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ପରେ ପ୍ରତି ମଣ୍ଡଳୀକୁ ସିଲଡ଼,କଳାକାରମାନଙ୍କୁ ମାନପତ୍ର,ଉତ୍ତରୀୟ,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା।ପରିଶେଷରେ ହରିବୋଲ ଦେଇ ଭୋଗ ସମର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା ଭୁବବନେଶ୍ୱର ରୁ ପ୍ରଭାକର ବିଶ୍ୱାଳ ଙ୍କ ରିପୋର୍ଟ

Recent Post

Live Cricket Update