ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଆଙ୍କର :- ଆଜି ଜିଲା ସ୍ତରିୟ ପଣି ପଞ୍ଚାୟତ ପକ୍ଷପାଳନ ଅବସରରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ଆଜି କେନ୍ଦୁଝର ସ୍ଥିତ ଧନୁର୍ଯ୍ୟୟ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ, ବତ୍କୃତା ଓ ବିତର୍କ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା | ଏହି ପ୍ରତିଯୋଗିତା ରେ ୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏହାକୁ ଯୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଶୁଧାଂଶୁ ଶେଖର ସାହୁ, ନିହାର ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୮ ତାରିଖ ଦିନ ଜିଲ୍ଲା ସଂସ୍କୃତି ଭବନ ରେ ଆୟୋଜିତ ହେବାକୁ ଥିବା ଜିଲାସ୍ତରୀୟ ସମାରୋହରେ ପୁରସ୍କୃତ କରାଯିବ ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍