ଦୃର୍ଘଟଣାରେ ପୃର୍ବତନ ବିଧାୟକଙ୍କ ପରଲୋକ

ଦୃର୍ଘଟଣାରେ ପୃର୍ବତନ ବିଧାୟକଙ୍କ ପରଲୋକ


ବିଷୟ—— ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ପୃର୍ବତନ କଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସ ଏକ ସଡ଼କ ଦୃର୍ଘଟଣାରେ ପ୍ରାଣ ହରାଇଛନ୍ତି ।ସେ ବାଇକରେ ଯାଉଥିବା ବେଳେ ଖରସ୍ରୋତା ବ୍ରିଜ ଉପରେ ଦ୍ରୁତଗତିରେ ଯାଉଥିବା ଏକ ହାୱ ମାଡ଼ି ଯାଇଥିଲା ତାଙ୍କ ଉପରେ ବୋଲି କୁହାଯାଉଛି ।ଏହି ଦୃର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପ୍ରକାଶ । ସେ ହେଉଛନ୍ତି ଯାଜପୁରର ପୃର୍ବତନ ସାଂସଦ ଅନାଦି ଚରଣ ଦାଶଙ୍କ ବଡ଼ପୁଅ । ସେ 1995 ରୁ 2000 ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ବିଧାୟକ ଥିଲେ ।ସେ ନିକଟରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଯାଇ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ ସମିତି / ବିଆର ଏସ ରେ ପୃର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଙ୍କ ସହ ସାମିଲ ହୋଇଥିଲେ ।ତାଙ୍କ ବିୟୋଗରେ ରାଜସ୍ୱ ,ବିପର୍ଯ୍ୟୟ ଓ ପ୍ରଶମନ୍ନ ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲୀକ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ ,ସମାଜସେବୀ କୈଳାସ ସେଠୀ ,ପଦ୍ମାକର ଗୁରୁ ,କନକଲତା ମଲ୍ଲୀକ ,ଶିଶିର ନାୟକ ,ଗୋବିନ୍ଦ ପରିଡ଼ା ,ମଧୁ ଧଳ ଓ କିଶୋର ମିଶ୍ର ପ୍ରମୁଖ ଶୋକବେକ୍ତ କରିଛନ୍ତି ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update