13ତମ ଲେଲେହର -ଚଣ୍ଡିପାଲି ଧନୁଯାତ୍ରା ମହୋତ୍ସବ ଉଦଘାଟିତ
ଅମ୍ବାଭୋନା 07/02/2023 ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଲେଲେହର -ଚଣ୍ଡିପାଲି ଧନୁଯାତ୍ରା ମହୋତ୍ସବ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଙ୍କ କର କମଳରୋ ଶୁଭ ଉଦଘାଟିତ ହୋଇଛି। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କଳ୍ପନା ପ୍ରଧାନ, ଲଖନପୁର ସରପଞ୍ଚ ସତ୍ଯଭୁଷଣ ସାହୁ, ଉତ୍ତମ ସରପଞ୍ଚ ହିରାଧର ସାହୁ,ବୁଙ୍ଗାପାଲି ସରପଞ୍ଚ ସୁବାସ ବେହେରା, ଦ୍ବାରୀ ସରପଞ୍ଚ ଞ୍ଙାନରଞ୍ଜନ ଭୋଇ,ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିର୍ତିଚନ୍ଦ୍ର ଦୁଆନ, ଜଗନ୍ନାଥ ବାଗ, ରୁପା ରଞ୍ଜନ ବିଶ୍ବାଲ, ଲକ୍ଷ୍ମଣ ବାରିକ, ପୁର୍ଣ୍ନାନନ୍ଦ ବଢ଼େଇ,ଖେଟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଧନୁଯାତ୍ରା କମିଟିର ସଭାପତି ହିରାଧର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ବାରପାହାଡ ର ବିଚ୍ଛିନ୍ନାଞ୍ଚଳରେ ହେଉଥିବା ଏହି ଧନୁଯାତ୍ରା ମହୋତ୍ସବ ଦେଖିବାକୁ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା ।ଲେଲେହର ଗ୍ରାମ ମଥୁରା ନଗରୀ ପାଲଟି ଥିବା ବେଳେ ଚଣ୍ଡୀପାଲି ଗ୍ରାମ ଗୋପପୁର ପାଳଟିଛି। ଧନୁଯାତ୍ରା କମିଟିର ସଭାପତି ହିରାଧର ସାହୁ, ଉପସଭାପତି ପ୍ରସନ୍ନ ଭୁଏ, ସଂପାଦକ ଟିକାରାମ ସା,ସହ ସଂପାଦକ ଚନ୍ଦ୍ରଭାନୁ ଭୁଏ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ସହକୋଷାଧ୍ଯକ୍ଷ ତ୍ରିଲୋଚନ ଭୁଏ ରହିଛନ୍ତି । ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ଭିଷ୍ମଦେବ ସାହୁ ପରଦେଶୀ ସା, ନିରଞ୍ଜନ ଦାଶ, ସୋମନାଥ ବେହେରା, ସୁରେଶ ପଧାନ, କ୍ଷିରୋଦ ମହାପାତ୍ର, ଓ 32ଜଣ କାର୍ଯ୍ୟକାରି କମିଟିର ସଦସ୍ୟ ରହିଛନ୍ତି । ରାଧାରମଣ ସା ଧନୁଯାତ୍ରା ମହୋତ୍ସବ ଉଦଘାଟନୀ ଉତ୍ସବରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହୋତ୍ସବ ର ପ୍ରଥମ ଦିନରେ ମଥୁରା ନଗରୀ ରେ ଉଗ୍ରସେନ ଙ୍କ ରାଜଭିଷେକ, ବସୁଦେବ ସହିତ ଦେବକୀ ଙ୍କ ବିବାହ, ପିତାଙ୍କ ଆଦେଶରେ ଯୁବରାଜ କଂସ ବସୁଦେବ ଦେବକୀ ଙ୍କୁ ଧରି ବାସୁଦେବପୁର ଗମନ,ଦୈବବାଣୀ, ଉଗ୍ରସେନ ଙ୍କୁ ଗାଦିଚ୍ୟୁତ, କଂସ ଙ୍କ ରାଜଭିଷେକ, ବସୁଦେବ ଓ ଦେବକୀ ଙ୍କୁ ବନ୍ଦୀ କାରାଗାର ରେ ନିକ୍ଷେପ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । କଂସ ଭୂମିକାରେ ଗୋପାଳ ପଣ୍ଡା ଅଭିନୟ କରୁଛନ୍ତି । ଲେଲେହର ଗ୍ରାମ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍