ଉଜ୍ଜଳା ଦିଦିମାନଙ୍କର ଢେଙ୍କାନାଳ ଜିଲ୍ଲାସ୍ତରୀୟ ବୈଠକ
ଢେଙ୍କାନାଳ , ତା.୦୭.୦୨.୨୦୨୩ – ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ତରଫରୁ ଢେଙ୍କାନାଳ ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମମତା ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା ଯୋଗଦାନ କରି ଉଜ୍ଜଳା ଦିଦିମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସଂଘର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ସାହୁ ଯୋଗଦାନ କରିଥିଲେ । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୫୦ ରୁ ଉର୍ଦ୍ଧ୍ୱ ଉଜ୍ଜ୍ଵଳା ଦିଦି ଉପସ୍ଥିତ ଥିଲେ । ଆଗାମୀ ମାର୍ଚ୍ଚ ମାସରେ ରାଜଭବନ ସମ୍ମୁଖରେ ରାଜ୍ୟ ତରଫରୁ ଏକ ଦିବସୀୟ ଧାରଣା ଦିଆଯିବ । ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି , ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ପ୍ରଦାନ କରାଯିବ । ଦାବିଗୁଡିକ ମଧ୍ୟରେ ଉଜ୍ଜ୍ବଳା ଦିଦିମାନଙ୍କୁ ନିଯୁକ୍ତି ଦେବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ , ତାହା କାର୍ଯ୍ୟକାରୀ କରାଯାଉ । ସମସ୍ତ ଉଜ୍ଜ୍ବଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇଦିଆଯାଉ , ଆଜିର ସମାଜରେ ବଂଚିରହିବା ପାଇଁ ଉଜ୍ବଳା ଦିଦିମାନଙ୍କୁ କର୍ମନିଯୁକ୍ତି ଯୋଜନାରେ କର୍ମ ଯୋଗାଇ ଦିଆଯାଉ । ରୋଜାଲିନ୍ ପଣ୍ଡା , ଦିପାଞ୍ଜଳି ଲେଙ୍କା , ଅସୀମା ରାଉତ , ସରିତା ବେହେରା , ମମତା ସାହୁ , ମଧୁସ୍ମିତା ପୁହାଣ , ଗୋଲାପ ପାତ୍ର , ମମତା ସାମଲ , ସୁରେଖା ସାମଲ , ମୋହିନୀ ବେହେରା ମେନକା ଜେନା , ରଞ୍ଜିତା ସାହୁ , ସସ୍ମିତା ରାଉତ , ନମିତା ରାଉତ , କୁମାରୀ ସାହୁ , ଅଶାନ୍ତ ମୁଦୁଲି ପ୍ରମୁଖ ଉକ୍ତ ବୈଠକରେ ଯୋଗଦେଇଥିଲେ । ଶେଷରେ ତଟିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।