ନିଆଁ ଲାଗି ଦୁଇ ବଖରା ଭସ୍ମୀଭୂତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗୋଛାୟତ ସାହିରେ ଆଜି ଅପରାର୍ହ୍ନରେ ହଠାତ ନିଆଁ ଲାଗି ଦୁଇ ବଖରା ପୁଡ଼ି ପାଉଁଶ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ଗଡ଼ତଳମୂଳ ଗ୍ରାମର ଗୋଛୟତ ସାହିରେ ଆଜି ଅପର୍ହ୍ନରେ ହଠାତ ନିଆଁ ଲାଗି ଯାଇଥିଲା ଫଳରେ ଦୁଇ ବଖରା ପୋଡ଼ି ପାଉଁଶ ହୋଇଯାଇଛି।ସମସ୍ତେ ଖାଇକି ଶୋଇଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା।ନିଆଁ କୁ ଆୟତ୍ତ କରିବା ବେଳକୁ ସାହିର ଦୁଇ ଜଣଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି।ମଧାବି ଗୋଛାୟତ ଓ ପ୍ରମୋଦ ଗୋଛାୟତଙ୍କର ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ଦୁଇ ପରିବାରଙ୍କର ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି କ୍ଷୟକ୍ଷତି ଘଟିଛି।ବଅଁରପାଳ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।ଦୁଇ ପରିବାର ଘର ପୋଡ଼ି ସର୍ବସାନ୍ତ ହୋଇଯାଇଛନ୍ତି ଓ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରୁଛନ୍ତି।