ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମର ଅଭିଭାବକ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ତଳମୂଳ ତଅଁଳାସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଆଜି ବିଦ୍ୟାଳୟରେ ତାଲା ପକାଇଥିଲେ ଗ୍ରାମର ଅଭିଭାବକ। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ମାତ୍ର ତିନି ଜଣ ଶିକ୍ଷକ ନିୟୋଜିତ ଥିଲେ।ବର୍ତ୍ତମାନ ସେହି ତିନି ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଜୟ ଚନ୍ଦ୍ର ମହାଳିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ବଦଳି ନିର୍ଦ୍ଦେଶନାମା ଜାରି କରିଥିବାରୁ ଗ୍ରାମରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।ପୂର୍ବରୁ ପାଞ୍ଚ ଶ୍ରେଣୀ ପାଇଁ ତିନି ଜଣ ଶିକ୍ଷକ ଥିବା ବେଳେ ବର୍ତ୍ତମାନ ସେଥିରୁ ଜଣେ ଶିକ୍ଷକ ଅନ୍ୟତ୍ର ସ୍ଥାନାନ୍ତର କରିବା କେତେଦୂର ଠିକ ଏବଂ ତାଙ୍କ ପ୍ରତିବଦଳରେ ଅନ୍ୟ କୌଣସି ଶିକ୍ଷକକୁ ଏଠାକୁ ଦିଆ ଯାଇନାହିଁ।ଏନେଇ ଆଜି ତଳମୂଳ ତଅଁଳାସାହିର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇଥିଲେ।ଯେ ପର୍ଯ୍ୟନ୍ତ ଶିକ୍ଷକ ବଦଳି ପ୍ରତ୍ୟାହାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିବବୋଲି ଅବିଭାଵକ ମାନେ କହିଛନ୍ତି।ଆଜି ବିଦ୍ୟାଳୟ ରେ ତାଲା ପଡ଼ିଥିବାରୁ ପାଠ ପଢା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା।