ନିରାଶ୍ରୟ ମଞ୍ଜୁଲତା କୁ ଜ଼ିଲ୍ଲା ପ୍ରଶାସନ ଆଶ୍ରୟ ଦେବ କେବେ..?

( ନିରାଶ୍ରୟ ମଞ୍ଜୁଲତା କୁ ଜ଼ିଲ୍ଲା ପ୍ରଶାସନ ଆଶ୍ରୟ ଦେବ କେବେ..?)

ଜଗତସିଂହପୁର
ତା =7/2/23

ଜଗତସିଂହପୁର ବକ୍ଳ ଅଧିନସ୍ଥ ଅଁଳା ପଞ୍ଚାୟତର ମଜୁରାଇ ଚାନ୍ଦ ଗାଁ ର ନିରାଶ୍ରୟ ଭିନ୍ନକ୍ଷମ ମଞ୍ଜୁଲତା ନାୟକ | ବୟସ ଚାଳିଶି ଟପିଲାଣି |ଆଗ ପଛକୁ କେହି ନାହାନ୍ତି | ବଡ଼ ଭଉଣୀ ସଂକୁନ୍ତଳା ପାଖରେ କୋଡିଏ ବର୍ଷରୁ ଉର୍ଦ୍ଧ ହେବ ଅରଣା ଗ୍ରାମରେ ରେ ରହୁଛି | ବଡ଼ ଭଉଣୀ ଅନେକ ଦୁଃଖ କଷ୍ଟ ସହି ସାନ ଭଉଣୀ କୁ ନିଜ ପାଖରେ ରଖି ଲାଳନ ପାଳନ କରୁଛି | ହେଲେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସହାୟତା ପାଇପାରୁନାହିଁ | ବିଶେଷ ସୂତ୍ରରୁ ଖବର ପାଇଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଏବଂ ସରୋଜ କୁମାର ସ୍ଵାଇଁ ମଞ୍ଜୁଲତା ଙ୍କ ଘରେ ପହଞ୍ଚି ସମସ୍ତ ବିଷୟ ଅବଗତ ହେବା ପରେ ଜ଼ିଲ୍ଲା ପ୍ରଶାସନ ଏହି ଅସହାୟ ଭିନ୍ନକ୍ଷମ ମଞ୍ଜୁଲତା କୁ ସାହାଯ୍ୟ ସହଯୋଗ କରିବା ପାଇଁ ଦାବି କରିବା ସହିତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update