କନିଷ୍ଟ ରେଡ଼କ୍ରସ ଶାଖା କ୍ରିୟାଶୀଳ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
|
ଜଗତସିଂହପୁର
ତା =7/2/23
ସେବା ହିଁ ପରମ ଧର୍ମ, ସେଵା ହିଁ ପରମ ତପ , ଏହି ମହନୀୟ ଭବଧାରାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୁଦ୍ଧ କରିବା ପାଇଁ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଓ ଜୁନିଅର ରେଡ଼କ୍ରସ ସମ୍ପାଦକ ବିଦ୍ୟାଧର ପ୍ରଧାନଙ୍କ ପରାମର୍ଶ କ୍ରମେ କନିଷ୍ଟ ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଉପଦେଷ୍ଟା ଶରତ ଚନ୍ଦ୍ର ବାରିକ, ଏବଂ ବିଜୟ କୁମାର ରଥ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ | ବିଦ୍ୟାଳୟ ର ଅଧକ୍ଷା ଅନୁପମା ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭା ରେ ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ସ୍ଥିତ ପ୍ରଜ୍ଞା ସ୍ୱାଇଁ, ପ୍ୟାରୀ ମୋହନ ସେନାପତି, ଙ୍କ ସହାୟତା ରେ ବିଦ୍ୟାଳୟ ର ରେଡ଼କ୍ରସ ନୂତନ ଶାଖା ଗଠନ କରାଯାଇଥିଲା |ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶପଥ ପାଠ କରାଯାଇଥିଲା | ଏହି ସମସ୍ତ କାର୍ଯ୍ୟକ୍ରମ କୁ ରଞ୍ଜନ ସ୍ୱାଇଁ, ଅନୁରାଧା ଟିପିରିଆ, ଗଣେଶ କୁମାର ସାହୁ, ଜୀବନ ଜ୍ୟୋତି ସାହୁ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ